ଦେଶ- ବିଦେଶ

ବିବାହ ବନ୍ଧନରେ ବାନ୍ଧି ହେଲେ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ଲେଡି ଡନ୍ ଅନୁରାଧା – Sahana Mela

[ad_1]


ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ଲେଡି ଡନ୍ ଅନୁରାଧା । ୭୦ ରୁ ୮୦ ଜଣ ଅତିଥିଙ୍କ ମଧ୍ୟରେ ସମ୍ପର୍ଣ୍ଣ ହେବା ବିବାହ । ବିବାହ ଆରମ୍ଭରୁ ପ୍ରବେଶ ପଥରେ ନିଜେ ଲେଡି ଡନ୍ ତଥା ମ୍ୟାଡାମ୍ ମିଞ୍ଜ୍ ଅତୀଥିମାନଙ୍କ ତାଲିକା ଯାଞ୍ଚ କରୁଥିଲେ ।

ବିବାହ ପାଇଁ ଅନୁରାଧା ସକାଳ ୯ଟା ସୁଦ୍ଧା ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେପଟେ କାଲା ଜଠେଡି ଓରଫ୍ ସନ୍ଦୀପ ପୁରା ପୋଲିସ ହେପାଜତରେ ସକାଳ ୧୦.୧୫ରେ ବିବାହ ମଣ୍ଡପରେ ପହଞ୍ଚିଥିଲେ । ବିବାହ ମଣ୍ଡପର ପ୍ରଥମେ ଅତିଥିମାନଙ୍କ ଆଧାର କାର୍ଡ ସହିତ ଜାରି ଗୋଇଥିବା ନାମ ତାଲିକାରେ ମେଳାଇବା ପରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା |

ତା’ପରେ ଦ୍ଵିତୀୟ ସ୍ତରରେ ଅତିଥି ମାନଙ୍କୁ ପୋଲିସ କର୍ମଚାରୀ ଯାଞ୍ଚ କରୁଥିଲେ । ଏହା ପରେ ତୃତୀୟ ସ୍ତର ମେଟାଲ ଡିଟେକ୍ଟର ଦ୍ଵାରା ଅତିଥି ମାନଙ୍କୁ ଯାଞ୍ଚ କରାଯାଉଥିଲା । ଶେଷ ଅର୍ଥାତ୍ ଚତୁର୍ଥ ସ୍ତରରେ ପୋଲିସ୍ ନିଜେ ବିବାହର ଫଟୋଗ୍ରାଫି କରୁଥିଲେ।

ବିବାହ ମଣ୍ଡପର ଚାରିପାଖରେ ଥିବା ଘରର ଛାତ ଉପରେ ପୋଲିସ କର୍ମଚାରୀ ଏବଂ ସ୍ନାଇପରମାନେ ନିୟୋଜିତ ଥିଲେ। ପୋଲିସର ଘେରାବନ୍ଦୀରେ ବିବାହର ସମସ୍ତ ରିତିନୀତି ଶେଷ ହୋଇଥିଲା । ବିବାହ ପାଇଁ ବ୍ରହ୍ମଣ ମଧ୍ୟାହ୍ନ ୧୨ଟାରେ ଶୁଭ ମୁହୂର୍ତ୍ତ ବାହାର କରିଥିଲେ । ସେହି ସମୟ ମଧ୍ୟରେ ବିବାହ କାର୍ଯ୍ୟ ସମାପନ ହୋଇଛି ।

ବିବାହରେ କ୍ରାଇମ ବ୍ରାଞ୍ଚର ଟିମ୍, ସ୍ପେଶାଲ୍ ସେଲ୍, ସ୍ଥାନୀୟ ପୋଲିସ୍ ଏବଂ SWAT କମାଣ୍ଡୋ ଉପସ୍ଥିତ ଥିଲେ। ବିବାହ ମଣ୍ଡପ ବାହାରେ ପ୍ରାୟ ୨୫୦ ପୋଲିସ୍ ୟୁନିଫର୍ମ ଏବଂ ସାଧା ପୋଷାକରେ ନିୟୋଜିତ ହୋଇଥିଲେ। ବିବାହକୁ କେବଳ ୭୦ ରୁ ୮୦ ଜଣ ଅତିଥି ଆସିଥିଲେ।

ସୂଚନାଯୋଗ୍ୟ ଯେ, ବିବାହ ପାଇଁ କାଲା ଜଠେଡିକୁ ପାରୋଲରେ ଅନୁମତି ଦେଇଥିଲେ କୋର୍ଟ । ୨ଦିନ ପାଇଁ ତାଙ୍କୁ ପାରୋଲରେ ଅଣାଯାଇଛି । ଆଜି ଦିଲ୍ଲୀରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ଆସନ୍ତାକାଲି ହରିୟାଣାରେ ସେମାନଙ୍କ ବିବାହର ସମସ୍ତ ରିତିନୀତି ସମ୍ପର୍ଣ୍ଣ ହେବ । ଏହି ଦୁଇ ଦିନ ଉଭୟଙ୍କୁ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବ ପୋଲିସ ଜଗିବ । ଏଥିସହ କିଛି ସ୍ପେସିଆଲ ଟିମ୍ ମଧ୍ୟ ସେମନାଙ୍କ ଉପରେ ନଜର ରଖିବ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button