ଖେଳ ଖବର

ବିସିସିଆଇ ମହିଳା ଆନ୍ତଃଜୋନ ଟ୍ରଫି: ଓଡିଶାରୁ ଏକମାତ୍ର ଖେଳାଳି ଭାବେ ସୁଯୋଗ ପାଇଲେ ସୁଶ୍ରୀ – Sahana Mela

[ad_1]


ଭୁବନେଶ୍ୱର: ଓଡିଶାର ଉଦୀୟମାନ ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶନୀ ବିସିସିଆଇ ସିନିୟର ମହିଳା ଆନ୍ତଃଜୋନ ମଲ୍ଟି ଡେ ଟ୍ରଫି ପାଇଁ ଚୟନ ହୋଇଛନ୍ତି । ସେ ଏକମାତ୍ର ଓଡିଆ ଖେଳାଳି ଭାବେ ପୂର୍ବାଂଚଳ ଟିମରେ ସୁଯୋଗ ପାଇଛନ୍ତି । ପୁଣେରେ ଏହା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ଖେଳାଯିବ । ସୁଶ୍ରୀ ଜାଗୃତି କ୍ରିକେଟ ଏକାଡେମୀରେ ଖିରୋଦ ବେହେରାଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବାଂଚଳ ଦଳରେ ବେଙ୍ଗଲରୁ ସର୍ବାଧିକ ୬ଜଣ ଖେଳାଳି ସୁଯୋଗ ପାଇଛନ୍ତି । ଦୀପ୍ତି ଶର୍ମା ଦଳର ନେତୃତ୍ୱ ନେବେ । ସେହିପରି ଅଶ୍ୱିନୀ କୁମାରୀ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ୬ଟି ଆଂଚଳିକ ଟିମକୁ ନେଇ ଏହା ଆୟୋଜିତ ହେବ ।

ଓଭରାଲ ୫ଟି ତ୍ରିଦିବସୀୟ ମ୍ୟାଚ ଖେଳାଯିବ । ଟିମଗୁଡିକ ହେଲା- ଉଭରାଂଚଳ, ଦକ୍ଷିଣାଂଚଳ, ପୂର୍ବାଂଚଳ, ଉତରପୂର୍ବାଂଚଳ ଓ କେନ୍ଦ୍ରାଂଚଳ । ଉତରାଂଚଳ ଓ ଦକ୍ଷିଣାଂଚଳ ସିଧାସଳଖ ସେମିଫାଇନାଲ ଖେଳିବେ ।
ପୂର୍ବାଂଚଳ ଦଳ:ଦୀପ୍ତି ଶର୍ମା, ଋଚା ଘୋଷ, ଟିଟାସ ସାଧୁ, ସାଇକା ଆଇଜକ, ଧାରା ଗୁଜ୍ଜର, କଶୀଶ ଅଗ୍ରୱାଲ(ବେଙ୍ଗଲ), ଅଶ୍ୱିନୀ କୁମାରୀ, ଦୁର୍ଗା କୁମାରୀ ମୂର୍ମୁ, ମମତା ପାସୱାନ, ରିତୁ କୁମାରୀ (ଝାଡଖଣ୍ଡ), ଅର୍ଣ୍ଣପୂର୍ଣ୍ଣା ଦାସ, ସୁରଭି ଏସ ରୟ(ତ୍ରିପୁରା), ଉମା ଛେତ୍ରୀ(ଆସାମ), ରଚନା ସିଂ (ବିହାର), ସୁଶ୍ରୀ ଦିବ୍ୟଦର୍ଶନୀ(ଓଡିଶା) ।



[ad_2]

Leave a Reply

Your email address will not be published. Required fields are marked *

Back to top button