ଘୋଷଣା ହେଲା ନିର୍ବାଚନ ତାରିଖ – Sahana Mela

[ad_1]
ଭୁବନେଶ୍ୱର : ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ସର୍ବୋତ୍ତମ ମହୋତ୍ସବ I ଗଣତନ୍ତ୍ରର ମହା ପର୍ବ ପାଇଁ ବାଜିଲା ବିଗୁଲ I ଦେଶର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର I ଶନିବାର ଅପରାହ୍ନ ୩ ତବେଳେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜୀବ କୁମାର I ଓଡିଶା ସମେତ ଏକ ସାଙ୍ଗେ ଆନ୍ଧ୍ରପ୍ରଦେଶ,ଅରୁଣାଚଳ ପ୍ରଦେଶ ଓ ଶିକ୍କିମ ରେ ଭୋଟ ଦିଆଯିବ I
ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ I ଆସନ୍ତା ମେ ୧୩ ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଭୋଟ ପଡ଼ିବାକୁ ଥିବାବେଳେ,୨୦ ରେ ୨ୟ ପର୍ଯ୍ୟାୟ,୨୫ ରେ ୩ୟ ଏବଂ ଜୁନ ୧ ତାରିଖରେ ୪ର୍ଥ ପର୍ଯାୟରେ ଭୋଟ ଗ୍ରହଣ କରାଯିବ I ଓଡ଼ିଶାବାସୀ ସମସ୍ତ ୧୪୭ଟି ଆସନ ପାଇଁ ଭୋଟ ଦେବେ। ଜୁନ ୪ରେ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ସେହିପରି ଦେଶରେ ୭ ଟି ପର୍ଯାୟରେ ଭୋଟ ଗ୍ରହଣ କରାଯିବ I ଏହାସହିତ ଆଜି ଅର୍ଥାତ ୧୬ ମାର୍ଚ୍ଚ ଠାରୁ ଲାଗୁ ହେଉଛି ନିର୍ବାଚନ ଆଚରଣ ବିଧି I
ସମଗ୍ର ଦେଶରେ ୯୭ କୋଟି ଭୋଟର ରହିଥିବା ବେଳେ ୧୦.୫ ଲକ୍ଷ ପୋଲିଂ ବୁଥ୍ ପ୍ରସ୍ତୁତ ହେବ। ସେହିପରି ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍। ଦେଢ଼ କୋଟି ପୋଲିଂ ଅଫିସର ନିଯୁକ୍ତ ରହିବେ। ୧ କୋଟି ୮୨ ଲକ୍ଷ ନୂଆ ଭୋଟର ରହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା।
[ad_2]