ନିର୍ବାଚନୀ ବଣ୍ଡରୁ ବିଜେପିକୁ ମିଳିଲା ୭ ହଜାର କୋଟି, ଜାଣନ୍ତୁ ବିଜେଡିକୁ ମିଳିଲା କେତେ – Sahana Mela
[ad_1]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ନିର୍ବାଚନ ବଣ୍ଡକୁ ନେଇ ଏକ ନୂତନ ସୂଚନା ନିଜ ୱେବସାଇଟରେ ସେୟାର କରିଛନ୍ତି। ରାଜନୈତିକ ଦଳମାନେ ଏହି ସୂଚନା ଗୁପ୍ତ ଭାବରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ତତ୍କାଳୀନ ନିୟମ ଯୋଗୁଁ ଏହା ସାର୍ବଜନୀନ ହୋଇନଥିଲା।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ତାମିଲନାଡୁର ଶାସକ ଦଳ ଡିଏମକେ ନିର୍ବାଚନ ବଣ୍ଡ ମାଧ୍ୟମରେ ୬୫୬.୫ କୋଟି ଟଙ୍କା ପାଇଛି । ଏଥିରେ ଲଟେରୀ କିଙ୍ଗ ସାଣ୍ଟିଆଗୋ ମାର୍ଟିନଙ୍କ ଫ୍ୟୁଚର ଗେମିଙ୍ଗରୁ ୫୦୯ କୋଟି ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଜେପି ମୋଟ ୬୯୮୬.୫ କୋଟି ଟଙ୍କା ମୂଲ୍ୟର ନିର୍ବାଚନ ବଣ୍ଡ ପାଇଛି । ଦଳ ୨୦୧୯-୨୦ ରେ ୨୫୫୫ କୋଟି ଟଙ୍କା ମୂଲ୍ୟର ସର୍ବାଧିକ ନିର୍ବାଚନ ବଣ୍ଡ ହାସଲ କରିଥିଲା । ସେହିପରି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୧୩୩୪.୩୫ କୋଟି ଟଙ୍କା ମୂଲ୍ୟର ନିର୍ବାଚନୀ ବଣ୍ଡ ହାସଲ କରିଛି । ଏହା ବ୍ୟତୀତ ଓଡିଶାର ଶାସକ ଦଳ ବିଜେଡିକୁ ୯୪୪.୫ କୋଟି ଟଙ୍କା ନିର୍ବାଚନ ବଣ୍ଡ ମିଳିଛି ।
ସେପଟେ ଆନ୍ଧ୍ରର ଶାସକ ଦଳ ଟିଡିପି ୧୮୧.୩୫ କୋଟି ଟଙ୍କା ହାତେଇଛି । ବିଏସଆର କଂଗ୍ରେସକୁ ୪୪୨.୮ କୋଟି ଟଙ୍କା ପାଇଛି । ଏଥି ସହିତ, ତୃଣମୁଳ କଂଗ୍ରେସକୁ ୧,୩୯୭ କୋଟି ଟଙ୍କା ଏବଂ ବିଆରଏସକୁ ୧,୩୨୨ କୋଟି ଟଙ୍କା ନିର୍ବାଚନ ବଣ୍ଡ ମାଧ୍ୟମରେ ମିଳିଛି । ସେହିପରି ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ସମାଜବାଦି ପାର୍ଟି (ଏସପି)କୁ ୧୪.୦୫ କୋଟି, ଅକାଳୀ ଦଳକୁ ୭.୨୬ କୋଟି, AIADMKକୁ ୬.୦୫ କୋଟି, ନ୍ୟାସନାଲ କନଫରେନ୍ସକୁ ୫୦ ଲକ୍ଷ ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳିଛି ।
[ad_2]