ଅପରାଧ

ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ – Sahana Mela

[ad_1]


ନବରଙ୍ଗପୁର: ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି.ଈଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର ରାଓ ଓ ଆକାଶ ଷଡ଼ଙ୍ଗୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଏକ ସ୍କୁଟି ଯୋଗେ ପାପଡ଼ାହାଣ୍ଡି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ।

ଏହି ସମୟରେ ମୃଗ ବିହାର ନିକଟରେ ଏକ ଅଜଣା ଗାଡ଼ି ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଦୁଇ ଛାତ୍ର ରାସ୍ତାକଡ଼ରେ ଛିଟିକି ପଡ଼ିଥିଲେ। ଈଶ୍ୱର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ପାପଡାହାଣ୍ଡିର ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button