ଈଶା ଫାଉଣ୍ଡେସନରୁ ୨୦୧୬ରୁ ୬ ଜଣ ନିଖୋଜ, ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଲା ତାମିଲନାଡୁ ପୋଲିସ – Sahana Mela

[ad_1]
ଚେନ୍ନାଇ: ତାମିଲନାଡୁ ପୋଲିସର ସୂଚନା ଅନୁଯାୟୀ, ୨୦୧୬ ମସିହାରୁ କୋଏମ୍ବାଟୁରସ୍ଥିତ ସଦ୍ଗୁରୁ ଜଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନରୁ ୬ ଜଣ ନିଖୋଜ ଅଛନ୍ତି। ପୁଲିସ ଏ ନେଇ ମାଡ୍ରାସ ହାଇକୋର୍ଟକୁ ସୂଚନା ଦେଇଛି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ବିଶ୍ରାମ ନେଉଥିବା ସଦ୍ଗୁରୁଙ୍କ ଠାରୁ କିମ୍ବା ଆଶ୍ରମରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଜଷ୍ଟିସ୍ ଏମ୍ ଏସ୍ ରମେଶ ଓ ଜଷ୍ଟିସ୍ ସୁନ୍ଦର ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୁଲିସ ମୌଖିକ ଭାବେ ଏହି ତଥ୍ୟ ଉପସ୍ଥାପନ କରିଛି। ବର୍ତ୍ତମାନ ନିଖୋଜ ଘଟଣାର ତଦନ୍ତ ଚାଲିଛି ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ତାରିଖକୁ ଧାର୍ଯ୍ୟ କରିବା ସହ ତଦନ୍ତ ର ଷ୍ଟାଟସ ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ତିରୁନେଲଭେଲି ଜିଲ୍ଲାର ବାସିନ୍ଦା ଥିରୁମାଲାଇଙ୍କ ଦ୍ୱାରା ଦାୟର ହେବିୟସ୍ କର୍ପସ୍ ପିଟିସନ ଉପରେ ଖଣ୍ଡପୀଠ ବିଚାର କରୁଥିଲେ। ମାର୍ଚ୍ଚ ୨୦୨୩ରେ ତାଙ୍କ ଭାଇ, ୪୬ ବର୍ଷୀୟ ଗଣେସନ ଈଶା ଫାଉଣ୍ଡେସନରୁ ନିଖୋଜ ହେବା ପରେ ଥିରୁମାଲାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଥିରୁମାଲାଇ ଅଦାଲତଙ୍କୁ ଜଣାଇଥିଲେ ଯେ ସେ ଅନେକ ଦିନ ଧରି ତାଙ୍କ ଭାଇଙ୍କ ସହ ଯୋଗାଯୋଗ କରିବାକୁ ଅସମର୍ଥ ଥିଲେ। ଯେତେବେଳେ ସେ ଈଶା ଫାଉଣ୍ଡେସନସହ ଯୋଗାଯୋଗ କରିଥିଲେ, ତାଙ୍କୁ କୁହାଯାଇଥିଲା ଯେ ଆଶ୍ରମରେ କାର୍ଯ୍ୟରତ ତାଙ୍କ ଭାଇ ଦୁଇ ଦିନ ହେବ କାମକୁ ଆସିନାହାଁନ୍ତି । ଏହାପରେ ଥିରୁମାଲାଇ ଥାନାରେ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
[ad_2]