ଓଡ଼ିଶାରେ ଲୋକସଭା ଆସନ ପାଇଁ ଦୁଇ ସାଂସଦଙ୍କ ଟିକେଟ୍ କାଟିଛି ବିଜେପି, ତିନି ଜଣଙ୍କୁ ରିପିଟ୍? – Sahana Mela

[ad_1]
ଭୁବନେଶ୍ୱର: ଦିଲ୍ଲୀରୁ ଆଜି ଆସିବ ଓଡ଼ିଶା ବିଜେପି ନେତାଙ୍କ ପ୍ରାର୍ଥୀ ତାଲିକା। ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ସାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। ଗତକାଲି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇଥିଲା । କେଉଁଠି କାହାର ବିଜୟ ସମ୍ଭାବନା ଅଧିକ। କାହାକୁ ରିପିଟ ଓ କେଉଁଠି ଦିଆଯିବ ନୂଆ ଚେହେରା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ହୋଇଛି ।
କିଛି ଆସନରେ ହେଭିୱେଟ ନେତାଙ୍କ ନାଁ ଫାଇନାଲ୍ କରିଛି ଦଳ । ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ପୁରୀରୁ ସମ୍ବିତ ପାତ୍ର ପ୍ରାର୍ଥୀ ହେବା ଚୂଡ଼ାନ୍ତ ହୋଇଛି । ଭୁବନେଶ୍ୱରରୁ ଆଉ ଥରେ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ପୁଣି ଟିକେଟ ମିଳିବା ସ୍ପଷ୍ଟ । ସେହିପରି ସୁନ୍ଦଗଡ଼ରୁ ଜୁଏଲ୍ ଓରାମ ଓ ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓଙ୍କ ନାଁରେ କେନ୍ଦ୍ରୀୟ ହାଇକମାଣ୍ଡ ମୋହର ମାରିଥିବା ସୂଚନା ମିଳିଛି । ଅପରାଜିତା, ଜୁଏଲ୍ ଓ ସଙ୍ଗୀତାଙ୍କୁ ରିପିଟ୍ କରିବା ସମ୍ଭାବନା ଯଥେଷ୍ଟ ଅଧିକ । କଥା ଉଠୁଛି, ସମ୍ବଲପୁରରୁ ଧର୍ମେନ୍ଦ୍ର ଠିଆ ହେଲେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଟିକେଟ କଟିବ । ତାଙ୍କୁ ଦଳ କେଉଁଠୁ ଓ କି ଟିକେଟ ଦେବ ତାକୁ ଅପେକ୍ଷା ରହିବ ।
କିଛି ଲୋକସଭା ଆସନରେ ଏକାଧିକ ଆଶାୟୀ ଅଛନ୍ତି । ସେସବୁ ସ୍ଥାନରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ଉପରେ ଚାଲିଛି ବିଚାରବିମର୍ଶ । ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ସାଂସଦ ଥିବା ବେଳେ ଐର ଖାରବେଳ ସ୍ୱାଇଁ ଲଢ଼ିବା ପାଇଁ ଇଚ୍ଛା ଦେଖାଇଛନ୍ତି । ଏମାନଙ୍କ ଭିତରୁ ଜଣଙ୍କୁ ଟିକେଟ ମିଳିପାରେ । ଖାରବେଳ ଗତଥର କନ୍ଧମାଳରୁ ଲଢ଼ିଥିଲେ । ଏଥର ବାଲେଶ୍ୱର ଟିକେଟ ନେଲେ ପ୍ରତାପ ଷଡ଼ଙ୍ଗୀ କେଉଁଠୁ ପ୍ରାର୍ଥୀ ହେବେ ? ସେ ବିଧାନସଭା ଲଢ଼ିବେ କି ?
ବ୍ରହ୍ମପୁର ରେସରେ ଆଗରେ ଅଛନ୍ତି ଗତଥରର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ନିକଟରେ ପ୍ରଦୀପ ପଦ୍ମ ଧରିଛନ୍ତି । ତାଙ୍କ ସମ୍ଭାବନା ଟିକେ ଅଧିକ ରହୁଛି । କିନ୍ତୁ ଭୃଗୁ ଗଥତର ୩ଲକ୍ଷ ୪୮ହଜାରରୁ ଅଧିକ ଭୋଟ ପାଇଥିଲେ । ପ୍ରଦୀପଙ୍କୁ ଦଳ ଟିକେଟ ଦେଲେ ଭୃଗୁ କେଉଁଠୁ ଲଢ଼ିବେ ? କଳାହାଣ୍ଡିରରେ ବି ସମାନ ସ୍ଥିତି । ଦୁଇ ଜଣଙ୍କ ନାଁ ଉପରେ ଚର୍ଚ୍ଚା ହେଉଛି । ସାଂସଦ ବସନ୍ତ ପଣ୍ଡା ଓ ପୂର୍ବତନ ସାଂସଦ ଅର୍କକେଶରୀ ଦେ । ୨୦୧୯ରେ ଜିତିଥିଲେ ବସନ୍ତ ପଣ୍ଡା । ଅର୍କକେଶରୀ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଆସିଛନ୍ତି । ଚର୍ଚ୍ଚା ହେଉଛି ବସନ୍ତ ପଣ୍ଡା ବିଧାନସଭା ଲଢ଼ିବାକୁ ଆଗ୍ରହୀ । ଏମିତି ହେଲେ ଅର୍କକେଶରୀଙ୍କୁ ମିଳିପାରେ କଳାହାଣ୍ଡି ଟିକେଟ ।
ବରଗଡ଼ ସିଟରୁ କିଏ ? ପୁଣି ଥରେ ସୁରେଶ ପୂଜାରୀ ନାଁ ନୂଆ ଚେହେରା । ବରଗଡ ପାଇଁ ସୁରେଶ ପୂଜାରୀଙ୍କ ସହ ଡି. ମୂଲରୀ କ୍ରିଷ୍ଣାଙ୍କ ନାଁ ଚର୍ଚ୍ଚା ହେଉଛି । ଡି. ମୂରଲୀକ୍ରିଷ୍ଣା ହେଲେ ସୁରେଶ ପୂଜାରୀ କଣ କେଉଁଠୁ ବିଧାନସଭା ନିର୍ବାଚନ ଲଢ଼ିବେ କି ? କାହା ନାଁରେ କେନ୍ଦ୍ରୀୟ ଟିମ୍ ମୋହର ମାରିବେ ତାକୁ ଅପେକ୍ଷା । ମୟୂରଭଞ୍ଜରେ କଟିପାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଟିକେଟ୍ । ତାଙ୍କ ସ୍ଥାନରେ ନୂଆ ଚେହେରା ଆଣିପାରେ ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ । ଅନ୍ୟପଟେ କଟକ ପାଇଁ ଚର୍ଚ୍ଚାରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଭଦ୍ରକରୁ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଅଛନ୍ତି । ଚର୍ଚ୍ଚା ହେଉଛି କିଛି ସ୍ଥାନରେ ସାଂସଦଙ୍କୁ ବିଧାନସଭା ଓ ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ କହିପାରେ ବିଜେପି । ଏମିତି ଷ୍ଟ୍ରାଟେଜୀ କରି ୩ ହିନ୍ଦୀ ହାର୍ଟଲାଣ୍ଡ ରାଜ୍ୟରେ ଦଳ ସଫଳତା ପାଇଥିଲା ।
[ad_2]