ଅଡୁଆ ଉପରେ ଅଡୁଆ: ଜେଲ ଭିତରେ କାଗଜ କି କମ୍ପ୍ୟୁଟରକୁ ଅନୁମତି ନାହିଁ, ତେବେ ଚିଠି ଆସିଲା କେମିତି? – Sahana Mela

[ad_1]
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ଅଧିନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିବା ବେଳେ ସେ ଜେଲରେ ରହି ସରକାର ଚଳାଇବେ ବୋଲି କହିଛି ଦଳ । ଏହାରିଭିତରେ ଗତକାଲି ସେ ଜେଲ ଭିତରୁ ଏକ ନିର୍ଦ୍ଦେଶ ପତ୍ର ପଠାଇଛନ୍ତି । ଦିଲ୍ଲୀର ଜଳ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ପତ୍ରରେ ଉଲ୍ଲେଖ କରିଥିଲା । ଏହି ନିର୍ଦ୍ଦେଶ ପତ୍ର ସେ ଦିଲ୍ଲୀର ଜଳମନ୍ତ୍ରୀ ଆତିଷୀଙ୍କୁ ଦେଇଥିଲେ । ଏନେଇ ଗତକାଲି ନିଜେ ଜଳମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଏହି ନିର୍ଦ୍ଦେଶନାମାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଇଡି ମଧ୍ୟ ଏହାର ସତ୍ୟତା ଅନୁସନ୍ଧାନ ପାଇଁ ଜୋରଦାର ତଦନ୍ତ ଚଳାଇଛି । ଇଡିର କହିବା ଅନୁସାରେ, ଜେଲ ଭିତରେ କାଗଜ, କଲମ କିମ୍ବା କମ୍ପ୍ୟୁଟରକୁ ଅନୁମତି ନାହିଁ । ଏପରି ସ୍ଥଳରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶନାମା ଦେଲେ କିପରି? ଏ ଚିଠି ଆସିଲା କେଉଁଠୁ।
ଇଡି ଏହି ସମ୍ପୁର୍ଣ୍ଣ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଯେଉଁ ନିର୍ଦ୍ଦେଶନାମା କପି ମିଡିଆରେ ଘୁରି ବୁଲୁଛି ତାହା କମ୍ପ୍ୟୁଟରେ ଟାଇପ କରାଯାଇ କାଗଜରେ ପ୍ରିଣ୍ଟ କରାଯାଇଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଯଦି ଇଡି ସେ ସବୁ ନ ଯୋଗେଇଛି ତେବେ କେଜ୍ରିୱାଲଙ୍କ ପାଖରେ କମ୍ପ୍ୟୁଟର ଓ କାଗଜ ଆସିଲା କେଉଁଠୁ?
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ଆଣିଛି ଇଡି । ଇଡି ହେପାଜତରେ ସେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ରହିବେ । ଏହାରିଭିତରେ କମ୍ପ୍ୟୁଟର ଏବଂ କାଗଜ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ କିପରି ପହଞ୍ଚିଛି ସେନେଇ ଇଡି ଜୋରଦାର ତଦନ୍ତ କରୁଛି ବୋଲି ସୂତ୍ରରୁ ପ୍ରକାଶ । ସେପଟେ ଜଣେ ମୁଖ୍ୟମନ୍ତ୍ରୀ ଜେଲ ଭିତରେ ରହି କିପରି ସରକାର ଚଳାଇବେ ସେନେଇ ଆଇନଗତ ପ୍ରଶ୍ନ ଉଠିଛି । ଏନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନର ଏହି ନୂଆ ବିବାଦ ଘଟଣାକୁ ଆହୁରି ଜଟିଳ କରିଦଉଛି ।
ଏହାପୂର୍ବରୁ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲଙ୍କ ଏହି ନିର୍ଦ୍ଦେଶ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଆତିଷୀ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ ଯେ, ଆମେ ଗତ ଶନିବାର ଏହି ନିର୍ଦ୍ଦେଶ ପାଇଛୁ । ଯେଉଁ ଲୋକ ନିଜେ ଜେଲ ଭିତରେ ରହିଛି ସେ ଦିଲ୍ଲୀର ୨ କୋଟି ଜନତାଙ୍କ ପାଇଁ କିଭଳି ଚିନ୍ତା କରିପାରୁଛନ୍ତି? କେବଳ ଅରବିନ୍ଦ କେଜ୍ରିୱାଲ ଏପରି କରିପାରିବେ ବୋଲି କହିଥିଲେ ମନ୍ତ୍ରୀ ଆତିଷୀ ।
ଅନ୍ୟପଟେ ବିଜେପି ଏହି ପୁରା ମାମଲାକୁ ପୂର୍ବ ଯୋଜନା ବୋଲି କହିଛି । କୁହାଯାଉଛି ଯେ, କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଗତ ଶନିବାର ସନ୍ଧ୍ୟାରେ ସିଏମଙ୍କୁ ଭେଟିବାକୁ ଯାଇଥିଲେ। ସେ ଜେଲରୁ ଫେରୁଥିବା ସମୟରେ ତାଙ୍କ ହାତରେ କାଗଜ ଦେଖିବାକୁ ମିଳିଥିଲା। ଏହି ନୋଟ୍ ଏହି ମାଧ୍ୟମ ମାଧ୍ୟମରେ ଆତିଶୀଙ୍କ ପାଖରେ ପହଞ୍ଚି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
[ad_2]