ତାଲିକା ଲମ୍ବା, ମିଳୁ ନାହାନ୍ତି ଟାଣୁଆ ଚେହେରା – Sahana Mela

[ad_1]
ଭୁବନେଶ୍ୱର: ଆଜି ବିଜେଡ଼ି ୭୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଦଳ ଘୋଷଣା କରିଛି। ଘୋଷିତ ଲୋକସଭା ଆସନର ଅର୍ଦ୍ଧାଧିକ ଆସନରେ ପ୍ରାର୍ଥୀ ବଦଳାଇ ଦେଇଛି। ଭୁବନେଶ୍ୱର ଆସନରୁ ଅରୁପ ପଟ୍ଟନାୟକଙ୍କ ବଦଳରେ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ସେପଟେ ଭୁବନେଶ୍ୱର ଆସନରୁ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ଫଳରେ ଏହି ଭୁବନେଶ୍ୱର ଲୋକସଭା ଆସନରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋରଦାର ଚର୍ଚ୍ଚା ହେଉଛି। ସେପଟେ ଏହି ଆସନ ଅଧିନରେ ଥିବା ଜୟଦେବ ବିଧାନସଭା ଆସନରେ କିନ୍ତୁ ପ୍ରାର୍ଥୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ପ୍ରାର୍ଥୀଙ୍କୁ ନେଇ ଏବେ ତିନି ଦଳ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି। କିଏ ପ୍ରାର୍ଥୀ ହେବ ସେ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।
୨୦୦୯ ମସିହାରେ ବାଲିପାଟଣା ଆସନରୁ ଜୟଦେବ ନାମରେ ନାମିତ ହୋଇଥିବା ଏହି ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିଲା। ସଂରକ୍ଷିତ ଆସନ ତାଲିକାରେ ଆସୁଥିବା ଏହି ଜୟଦେବ ଆସନରେ ଅରବିନ୍ଦ ଢାଲି ଏହି ଆସନରୁ ଏବେ ପ୍ରତିନିଧିତ୍ଵ କରୁଛନ୍ତି। ୨୦୦୯ ଓ ୨୦୧୯ ମସିହାରେ ଏହି ଆସନରୁ ଅରବିନ୍ଦ ଢାଲି ବିଜୟ ହାସଲ କରି ବିଧାନସଭାକୁ ଯାଇଛନ୍ତି। ଲଗାତାର ଭାବରେ ଏହି ଆସନରେ ଶାସକ ଦଳର ବିଜୟ ଧାରା ଜାରି ରହିଥିବା ବେଳେ ପୁଣିଥରେ ଏହି ଆସନକୁ ଅକ୍ତିଆର କରିବାକୁ ପ୍ରୟାସ ଚଲାଇଛି ବିଜେଡି। କିନ୍ତୁ ଆଗାମୀ ନିର୍ବାଚନରେ ଏହି ଆସନରେ ବିଜୟ ଶାସକ ବିଜେଡି ପାଇଁ ଏତେଟା ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିଧାୟକ ଥିବା ଅରବିନ୍ଦ ଢାଲି ଏବେ ବିଜେପି ଗୋଷ୍ଠୀରେ ସାମିଲ ହୋଇ ସାରିଛନ୍ତି। ସେପଟେ ଏହି ଆସନରେ ବିଜେଡ଼ି ଅନ୍ତକନ୍ଦଳ ଯୋଗୁଁ ଦୁଇ ଫାଳ ହୋଇ ସାରିଛି। ଅନ୍ତକନ୍ଦଳ ଓ ବିଧାୟକଙ୍କ ଦଳ ବଦଳ ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି।
ବିଜେଡି ପାଇଁ ୬ ରୁ ଅଧିକ ଆଶାୟୀ ଟିକେଟ ରେସରେ ଥିବା ବେଳେ ବିଜେପିର ଏକାଧିକ ପ୍ରାର୍ଥୀଙ୍କ ନାଁ ମଧ୍ୟ ତାଲିକାରେ ଯୋଡି ହୋଇଛି। ଏଠାରେ ବିଧାୟକ ଥିବା ଅରବିନ୍ଦ ଢାଲି ବର୍ତ୍ତମାନ ବିଜେପିରେ ମିଶିଥିବାରୁ ବିଜେଡ଼ି ତାଙ୍କର ବିକଳ୍ପ ଖୋଜିବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ ୨୦୧୪ରେ ବିଧାୟକ ଥିବା ଶଶିଭୂଷଣଙ୍କୁ ଏଠାରୁ ପୁଣିଥରେ ପ୍ରାର୍ଥୀ କରିପାରେ ଦଳ। ସ୍ବାଧୀନ ପ୍ରାର୍ଥୀ ନବ କିଶୋର ମଲ୍ଲିକ ମଧ୍ୟ ବିଜେଡି ଟିକେଟ ପାଇଁ ଆଶାୟୀ ରହିଥିବା କଳ୍ପନାଜଳ୍ପନା ଲାଗି ରହିଛି। ଅନ୍ୟପକ୍ଷେ ଦୁଇ ସରକାରୀ ଅଧିକାରୀ ଶରତ ଚନ୍ଦ୍ର ସେଠି ଏବଂ ଅକ୍ଷୟ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦେଉଳଧରପୁର ପଞ୍ଚାୟତ ସମିତି ସଭ୍ଯା ସୌଭାଗ୍ଯ ଲକ୍ଷ୍ମୀ ଶୁଭଦର୍ଶିନୀ ମଧ୍ୟ ଟିକେଟ ଲବିରେ ଅଛନ୍ତି ।
ସେପଟେ ପ୍ରତିପକ୍ଷ ବିଜେପି ଏବଂ କଂଗ୍ରେସ ଏହା ମଧ୍ୟରେ ସକ୍ରିୟ ହୋଇଥିବା ବେଳେ ବିଜେଡି ଗୋଷ୍ଠୀ କନ୍ଦଳ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବିଜେପି ପାଇଁ ଦଳଡିଆଁଙ୍କୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଏଠାରେ ବିଜେଡି ବିଧାୟକ ରହିଥିବା ଅରବିନ୍ଦ ଢାଲି ବିଜେପିରେ ମିଶିବା ପରେ ଦଳରେ ଅନ୍ତକନ୍ଦଳ ପରିସ୍ଥିତି ବଢିବାରେ ଲାଗିଛି। ଦଳରେ ଅରବିନ୍ଦ ଢାଲିଙ୍କୁ ତୃଣମୂଳ ସ୍ତରର ସଦସ୍ୟ ବିରୋଧ କରିବାରେ ଲାଗିଛନ୍ତି। ଫଳରେ ପ୍ରାର୍ଥୀକୁ ନେଇ ବେଶ ଦ୍ୱନ୍ଦ୍ୱରେ ରହିଛି ଦଳ। କଂଗ୍ରେସ ହାତରେ ମଧ୍ୟ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ଭଲ ଭୋଟ ପାଇଥିବାରୁ ବେଣୁଧର ଭୋଇଙ୍କ ନା ଶୀର୍ଷରେ ଥିବା ବେଳେ ଜୟନ୍ତ ଭୋଇ ଏବଂ ନଳିନୀ ବେହେରାଙ୍କ ସମେତ ଅନେକ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।
ଏହି ଆସନରେ ଆଞ୍ଚଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜୋର ଧରିଛି। ବିଜେଡି, ବିଜେପି ଓ କଂଗ୍ରେସରେ ୨୦୨୪ ଜୟଦେବ ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବିଛି । କେଉଁ ଦଳରୁ କିଏ ଟିକେଟ ହାତେଇବ ଏବେ ଠୁ ଆକଳନ କରିବା କଷ୍ଟ ହୋଇପଡ଼ିଛି ।
[ad_2]