ରାଜନୀତି

ପୁଣିଥରେ ଗୁଣୁପୁରରୁ ଲଢିବେ ରଘୁନାଥ ଗମାଙ୍ଗ – Sahana Mela

[ad_1]


ଗୁଣୁପୁର: ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି। ପ୍ରତି ୫ ବର୍ଷରେ ପୁଣି ଗୁଣୁପୁର ବିଧାୟକଙ୍କୁ ଟିକେଟ ନଦେବାର ଚର୍ଚ୍ଚା ଚାଲିଥିବା ବେଳେ ଚଳିତଥର ପ୍ରଥମଥର ପାଇଁ ପୁନଃ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଗୁଣୁପୁର ନିର୍ବାଚନରେ ପ୍ରତିଦ୍ଵନ୍ଦିତା ପାଇଁ ଟିକେଟ ମିଳିଛି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଜୁ ଜନତା ଦଳର ନେତା ୫-ଟି ସଚିବ ଟିକେଟ ପ୍ରଦାନ କରିଥିବାରୁ ଖୁସି ପ୍ରକଟ କରିଛନ୍ତି ବିଧାୟକ ରଘୁନାଥ ଗମାଙ୍ଗ।

ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ ଯୋଜନାର ଉପଦେଷ୍ଟା ସୁଧୀର ଦାସ ଗୁଣୁପୁର ପାଇଁ ରଘୁନାଥ ଗମାଙ୍ଗ ବିଷମକଟକ ପାଇଁ ଆଦିବାସୀ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାନସଭା ପାଇଁ ଏସଡିସି ଅଧ୍ୟକ୍ଷା ଅନୁସୟା ମାଝୀଙ୍କୁ ଚୟନ କରି ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି।

ପୁନଃ ଏହି ତିନୋଟି ବିଧାନସଭାରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ମାନେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବେ ଏବଂ ଏହି ତିନି ସ୍ଥାନରେ ବିଜେପି ଅମାନତ ହାରିବ ବୋଲି ଜଣାଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button