ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଭିନ୍ୟୁ ସୁପରଭାଇଜର ଓ ଅବସରପ୍ରାପ୍ତ ଅମୀନ ଗିରଫ – Sahana Mela

[ad_1]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଜମି ଅଧିଗ୍ରହଣ ଅଧିକାରୀଙ୍କ ଅଫିସର ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ। ତାଙ୍କ ସହିତ କ୍ଷୀରୋଦ ରଥ ନାମକ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। କ୍ଷୀରୋଦ ଜଣେ ବରିଷ୍ଠ ଅମୀନ, ଯିଏ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଗଣେଶ ମଲ୍ଲିକ ଓ କ୍ଷୀରୋଦ ରଥ।
ସୂଚନା ଅନୁସାରେ ପାରାଦୀପ ସ୍ଥିତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ କ୍ୟାମ୍ପ ଅଫିସରେ ନିଯୁକ୍ତ ହୋଇଛନ୍ତି ଗଣେଶ ମଲ୍ଲିକ। ଜଣେ ବ୍ୟକ୍ତିଙ୍କୁ ଜମି ଅଧିଗ୍ରହଣ ବାବଦ ଅର୍ଥ ଦେବା ପାଇଁ ଓ ସେହି ସଂପର୍କିତ କାମ କରି ଦେବା ପାଇଁ ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ ଲାଞ୍ଚ ମାଗିଥିଲେ। ଗଣେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗକାରୀଙ୍କଠାରୁ ଆଜି ବରିଷ୍ଠ ଅମୀନ କ୍ଷୀରୋଦ ରଥ ଲାଞ୍ଚ ଗ୍ରହଣ କରିଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ପରେ ତାଙ୍କୁ ଓ ଗଣେଶ ମଲ୍ଲିକଙ୍କୁ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଭିଜିଲାନ୍ସ ପକ୍ଷରୁ ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ ଓ କ୍ଷୀରୋଦ ରଥଙ୍କ ଗୋଟିଏ ଲେଖାଏଁ ଠିକଣାରେ ଚଢ଼ାଉ କରାଯାଇଛି। ଉଭୟ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
[ad_2]