ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଧନେଶ୍ୱର ମାଝୀ – Sahana Mela

[ad_1]


ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ପୁରୁଖା ନେତା ତଥା ପୂର୍ବତନ ସାଂସଦ ଧନେଶ୍ୱର ମାଝୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ବଦଳାଇଛନ୍ତି ଧନେଶ୍ୱର।

ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିବା ତଥା କଳାହାଣ୍ଡିର କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଧନେଶ୍ବର ମାଝୀଙ୍କୁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସ୍ୱାଗତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ସମ୍ପାଦକ ସରୋଜ କର, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ସମେତ ବିଜେପିର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

ଧନେଶ୍ୱର ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ଏହି ଅବସରରେ ପ୍ରଶଂସା କରିଛନ୍ତି। ଦେଶକୁ ଶିଖରକୁ ନେବା ପାଇଁ ମୋଦୀଙ୍କ ଦୃଷ୍ଟିକୋଣ ଉପରେ ଅତୁଟ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ମୋଦୀଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ବିଜେଡି ଏହି ପ୍ରଗତି ପଥରେ ଏକ ପ୍ରମୁଖ ବାଧକ ସାଜିଛି ବୋଲି ସେ କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button