ତିହାର ଜେଲ୍ ରେ କେଜ୍ରିୱାଲ, ପଢିବାକୁ ଭଗବତ୍ ଗୀତା ଓ ରାମାୟଣ ମାଗିଲେ ମୁଖ୍ୟମନ୍ତ୍ରୀ – Sahana Mela
[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ତିହାରର ୨ ନମ୍ବର ଜେଲେରେ ରଖାଯାଇଛି । ବ୍ୟାରେକ୍ ପରିବର୍ତ୍ତେ ତାଙ୍କୁ ସେଲ୍ ରେ ରଖାଯଆଇଛି ସେଠାରେ ସେ ଏକୁଟିଆ ରହିବେ ।
ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଜେଲ୍ ପରିସରରେ ଭର୍ତ୍ତି କରାଯାଇଥିଲା । ଜେଲ୍ ପ୍ରଶାସନର ସୂଚନା ଅନୁଯାୟୀ, ଜେଲରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବିଶେଷ ବ୍ୟବହାର କରାଯିବ ନାହିଁ । ଜେଲ୍ ମାନୁଆଲ୍ ଅନୁସାରେ କେଜ୍ରିୱାଲ କେବଳ ଜଣେ କଏଦୀଙ୍କୁ ମିଳୁଥିବା ସୁବିଧା ପାଇବେ ।
ସପ୍ତାହକୁ କେବଳ ଦୁଇଥର ସର୍ମ୍ପକୀୟଙ୍କୁ ଭେଟି ପାରିବେ କେଜ୍ରିୱାଲ । ତେବେ ଯେପର୍ଯ୍ୟନ୍ତ କେଜ୍ରିଓ୍ବାଲ ନ୍ୟାୟିକ ହେପାଜତରେ ଅଛନ୍ତି ସେପର୍ଯ୍ୟନ୍ତ ସେ ଘର ଖାଦ୍ୟ ଖାଇପାରିବେ । ତେଣୁ ଗତକାଲି ରାତିରେ ଘରୋଇ ଖାଦ୍ୟ ଖାଇଲେ ଅରବିନ୍ଦ କେଜ୍ରିୱାଲ । ତେବେ ନ୍ୟୁଜ୍, ମନୋରଞ୍ଜନ ଓ ଖଳ ଭଳି ପ୍ରୋଗାମ ସବୁ ଟିଭି ଚ୍ୟାନେଲରେ ଦେଖିପାରିବେ ।
ଅନ୍ୟ କଏଦି ମାନଙ୍କ ପରେ କେଜ୍ରିଓ୍ବାଲଙ୍କ ଦିନ ସକାଳ ୬ରୁ ଆରମ୍ଭ ହେବ । ସକାଳ ଜଳଖିଆରେ ବ୍ରଡ୍ ଚା ଦିଆଯିବ । ମଧ୍ୟାହ୍ନ ଖାଇବାରେ ଭାତ, ଡାଲି, ତରକାରୀ ଓ ରୋଟି ଦିଆଯିବ । ଅପରାହ୍ନରେ ଚା ବିସ୍କୁଟ୍ ଦିଆଯିବ । ଏହାପରେ ସେ ନିଜ ଆତ୍ମୀୟସ୍ବଜନ ମାନଙ୍କୁ ଭେଟିପାରିବେ । ରାତ୍ର ଭୋଜନରେ ଡାଲି ରୋଟି ଦିଆଯିବ ।
ତେବେ ଜେଲ୍ ରେ ପଢିବା ପାଇଁ ଶ୍ରୀମଦ ଭଗବତ୍ ଗୀତା, ରାମାୟଣ ଏବଂ ହାଓ ପ୍ରାଇମିନିଷ୍ଟର ଡିସାଇଡ ପୁସ୍ତକ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଏହି ମାମଲାରେ କୋର୍ଟ କେଜ୍ରିୱାଲଙ୍କୁ ୧୫ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ୩ ଜଣ ନେତାଙ୍କୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଛି ।
[ad_2]