ରାଜନୀତି

‘ବିଜେପିରେ ମିଶିବାକୁ ମତେ ଅଫର ଆସିଛି, ନହେଲେ ମୋ ସହ ଆପ୍ ର ଆଉ ୪ ନେତାଙ୍କୁ ଗିରଫ କରିବ ଇଡି’ – Sahana Mela

[ad_1]


ନୂଆଦିଲ୍ଲୀ: ବିଜେପି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀ । ସେ କହିଛନ୍ତି, ‘ତାଙ୍କୁ ବିଜେପିରେ ମିଶିବାକୁ ଅଫର୍ ଦିଆଯାଇଛି । ଯଦି ସେ ଦଳରେ ସାମିଲ ନ ହୁଅନ୍ତି, ତେବେ ତାଙ୍କୁ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିନେବ । ଏହା ସହ ଆପ୍ ର ଆଉ କିଛି ନେତାଙ୍କୁ ମଧ୍ୟ ଇଡି ଗିରଫ କରିବ ବୋଲି ଧମକ ଦିଆଯାଇଥିବା ଆତିଶୀ କହିଛନ୍ତି’ ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶି କହିଛନ୍ତି, ‘ବିଜେପି ମୋର ଅତି ଘନିଷ୍ଠ ବନ୍ଧୁଙ୍କ ମାଧ୍ୟମରେ ବିଜେପିରେ ସାମିଲ ହେବା ନେଇ ଅଫର ଦେଇଛି । ଯଦି ମୁଁ ବିଜେପିରେ ଯୋଗ ନ ଦିଏ ତେବେ ସମନ ପଠାଯାଇ ଗିରଫ ମଧ୍ୟ କରାଯିବ । ମୋ ସହ ରାଘବ ଚଡ୍ଡା, ସୌରଭ ଭରଦ୍ୱା ଓ ଦୁର୍ଗେଶ ପାଠକଙ୍କୁ ମଧ୍ୟ ଗିରଫ କରାଯିବ । କିନ୍ତୁ ମୁଁ ବିଜେପି ନେତାଙ୍କୁ କହିଦେବାକୁ ଚାହୁଁଛି ଯେ, ଆମେ ଏସବୁ ବେକାର ଧମକରେ ଡରିଯିବା ଲୋକ ନୁହଁ ବୋଲି ଆତିଶୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ଆପ୍ ର ବହୁ ବରିଷ୍ଠ ନେତାଙ୍କୁ ନେଇ ଜେଲରେ ରଖାଯାଇଛି । ସେମାନଙ୍କୁ ଲାଗୁଛି ଆପ୍ ବୋଧହୁଏ ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଆପ୍ ଦୁର୍ବଳ ହୋଇଯାଇଛି ବୋଲି ସେମାନେ ଭାବୁଛନ୍ତି । ଯେତେବେଳେ ପର୍ଯ୍ୟନ୍ତ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଶେଷ ନିଃଶ୍ୱାସ ଚାଲିଥିବ ସେତେବେଳେ ଯାଏଁ କେଜ୍ରିୱାଲଙ୍କ ନେତୃତ୍ୱରେ ଦେଶକୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖିବୁ’।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଇଡି ତାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି । ଗତକାଲି ରିମାଣ୍ଡ ଅବଧି ସରିବା ପରେ ଏପ୍ରିଲ ୧୫ ଯାଏ ତିହାର ଜେଲ୍ ଯାଇଛନ୍ତି କେଜ୍ରିୱାଲ । ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ସମାନ ମାମଲାରେ ଗିରଫ କରାଯାଇଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button