ରାଜନୀତି

କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ? ପ୍ରାର୍ଥୀ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି – Sahana Mela

[ad_1]


ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ଶୀତଳ ଯୁଦ୍ଧ। ବିଜେଡିରୁ ପ୍ରାର୍ଥୀ ହେବାକୁ ମୈଦାନକୁ ଓହ୍ଲାଇଲେ ଓଲିଉଡ଼ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ଏଥର କୋରେଇରୁ ନିର୍ବାଚନ ଲଢିବେ କି ଝିଲିକ ! ତାଉପରେ ରହିଛି ସମସ୍ତଙ୍କର ନଜର। ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପତ୍ନୀ ଝିଲିକଙ୍କୁ ଏଥର କୋରେଇରୁ ପ୍ରାର୍ଥୀ କରିବାକୁ ଦାବି କଲେ କୋରେଇର ଶତାଧିକ ବିଜେଡ଼ି କର୍ମୀ।

ଶତାଧିକ ସମର୍ଥକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଞ୍ଚି ଝିଲିକଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ଓ ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଅନୁରୋଧ କରିଛନ୍ତି। କୋରେଇବାସୀଙ୍କର ସହଯୋଗ, ସମର୍ଥନ ଓ ଦାବିକୁ ଦୃଷ୍ଟିରେ ରଖି ଝିଲିକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳୀୟ ଟିକେଟରେ ଲଢ଼ିବାକୁ ସୁଯୋଗ ଦେବାକୁ ଅନୁରୋଧ ଜଣାଇଛନ୍ତି। ଯାହାକୁ ନେଇ ତାଙ୍କ ବାସଭବନରେ ଶତାଧିକ କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।

ବିଜେଡି ୯୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ ମଧ୍ୟ ଏଯାଏଁ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । କୋରେଇବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଝିଲିକ୍ ମଧ୍ୟ ନିର୍ବାଚନ ଲଢିବା ସପକ୍ଷରେ ମତ ରଖିଛନ୍ତି । ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯଦି ଦଳୀୟ ଟିକେଟରେ ଲଢିବାକୁ ସୁଯୋଗ ଦିଅନ୍ତି ତେବେ ଲଢିବି ବୋଲି କହିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button