ଆମ୍ବୁଲାନ୍ସ ଆସିବାକୁ ରାସ୍ତାନାହିଁ ,୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା – Sahana Mela

[ad_1]
କେନ୍ଦୁଝର :ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା i ୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହିଲା ପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ ଆଶାକର୍ମୀ ଓ ପରିବାର ଲୋକେ i
ସୂଚନାନୁସାରେ , ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୋହି ନେଲେ ଆଶାକର୍ମୀ ସାଙ୍ଗେରେ ଥିଲେ ପୁରା ପରିବା ଲୋକ । ୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ ଆଶାକର୍ମୀ ଙ୍କ ସହ ଘର ଲୋକେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତା ଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ । ହେଲେ ଖବର ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁକୁ ପସି ପାରିଲାନି କାରଣ ଗାଁରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସକୁ କୁମପଦା ଗାଁରେ ଅଟକିବାକୁ ପଡିଥିଲା । ସବିତା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନ୍ୟ ଉପାୟ ନପାଇଁ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା , ଖଟିଆର ଗୋଟିଏ ପାର୍ଶ୍ୱ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂର ଆମ୍ବୁଲାନସ୍ ଯାଏ ପହଞ୍ଚାଇଥିଲେ । ଏହାପରେ ଗର୍ଭବତୀ ଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ଼ାକ୍ତରଖାନାରେ ସବିତା ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା ଓ ଛୁଆ ସୁସ୍ଥଅଛନ୍ତି ବୋଲି ସୂଚନା ଦେଇଛନ୍ତି ଆଶାକର୍ମୀ ।
[ad_2]