ରାଜନୀତି

ବିଜେଡିର ଛିଣ୍ଡୁନି ବାଲେଶ୍ୱର ଅଙ୍କ ! – Sahana Mela

[ad_1]


ଭୁବନେଶ୍ୱର: ବିଜେଡିର ବାଲେଶ୍ୱର ଦ୍ୱନ୍ଦ୍ୱ । ରାଜ୍ୟର ୨୦ଲୋକସଭା ସିଟରେ ସରିଛି ପ୍ରାର୍ଥୀ ଘୋଷଣା । କାହିଁକି ହୋଇପାରୁନି ବାଲେଶ୍ୱର ନିଷ୍ପତ୍ତି ? ପ୍ରାର୍ଥୀଙ୍କୁ ନେଇ କେଉଁଠି ରହିଛି କନଫ୍ୟୁଜନ୍ ? ପୁଣି ରିପିଟ୍ ହେବେ କି ରବୀନ୍ଦ୍ର ଜେନା ? ନା ନୂଆ ଚେହେରା ଦେଇ ଚମକାଇବ ବିଜେଡି ? ମହିଳାଙ୍କୁ ଭରସା କରିବ କି ଦଳ ? ନନାଙ୍କୁ ଟକ୍କର ଦେବାକୁ କିଏ ହେବେ ବିଜେଡି ସେନାପତି ?

ହଟୁନି ବାଲେଶ୍ୱର ସସପେନ୍ସ । ରାଜ୍ୟର ସବୁ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ସାରିଛି ବିଜେଡି । ହେଲେ ଅଟକିଛି ବାଲେଶ୍ୱର ନିଷ୍ପତ୍ତି । ଦିଲ୍ଲୀ ଲଢେଇ ପାଇଁ କିଏ ହେବେ ବାଲେଶ୍ୱର ପ୍ରାର୍ଥୀ ? ଦ୍ୱନ୍ଦ୍ୱ ସାଙ୍ଗକୁ ବଢୁଛି ଉକ୍ରଣ୍ଠା । ସାଂସଦ ପ୍ରାର୍ଥୀ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି ରବୀନ୍ଦ୍ର ଜେନା । ୨୦୧୯ରେ ୧୩ହଜାରରୁ ବି କମ୍ ଭୋଟରେ ପ୍ରତାପ ଷଡଙ୍ଗୀଙ୍କଠାରୁ ସେ ହାରିଥିଲେ । ତେବେ ୨୦୧୪ରେ ରବୀନ୍ଦ୍ର ଜେନା ବିଜେଡି ଟିକେଟରୁ ବାଲେଶ୍ୱର ମହାସମର ଜିତି ପାର୍ଲାମେଂଟ ଯାଇଥିଲେ । ତେଣୁ ତାଙ୍କୁ ପୁଣି ପ୍ରାର୍ଥୀ କରିପାରେ ବିଜେଡି । ତେବେ ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ନିୟମ ଲାଗୁ ହେଲେ ବାଦ ପଡି ପାରନ୍ତି ରବୀନ୍ଦ୍ର ଜେନା । କାରଣ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭାରୁ ପ୍ରାର୍ଥୀ କରିସାରିଛି ବିଜେଡି । ତେବେ ଏଥର କିଛି ସ୍ଥାନରେ ଦଳର ଏହି ନିୟମ କୋହଳ ହୋଇଛି । ତେଣୁ ବାଲେଶ୍ୱର ପାଇଁ ରବୀନ୍ଦ୍ରଙ୍କୁ ବାଛିପାରେ ବିଜେଡି । ସେହିପରି ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିବା ଜ୍ୟୋତି ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରିପାରେ ଦଳ ।

ସେପଟେ ଘରବାହୁଡା ପରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନାଁ ମଧ୍ୟ ସାଂସଦ ପ୍ରାର୍ଥୀ ରେସରେ ରହିଛି । ଗତଥର ଏକତୃତୀୟାଂଶ ମହିଳାଙ୍କୁ ଲୋକସଭାରେ ପ୍ରାର୍ଥୀ କରିଥିଲା ବିଜେଡି । ଏପର୍ଯ୍ୟନ୍ତ ୬ଜଣ ମହିଳାଙ୍କୁ ଟିକେଟ୍ ଦେଇ ସାରିଛି ଦଳ । ସମାନ ନିୟମ ଏଥର ଲାଗୁ କଲେ ବାଲେଶ୍ୱରରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ସରପ୍ରାଇଜ ଦେଇପାରେ ବିଜେଡି । ଏପରିକି ସୁବାସିନୀ ଜେନାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ପରି କଂଗ୍ରେସ ମଧ୍ୟ ବାଲେଶ୍ୱର ଲୋକସଭା ଟିକେଟ୍ ଦେଇନି । କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବିଜେଡିରେ ମିଶିବା ସହ ଟିକେଟ୍ ପାଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି । କାରଣ ବାଲେଶ୍ୱରରୁ ୨୦୦୯ରେ ସାଂସଦ ଥିବା ଶ୍ରୀକାନ୍ତ ଜେନା କଂଗ୍ରେସ ଟିକେଟ୍ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି ।

୧୯ ମ୍ୟାଜିକ ରିପିଟ୍ କରିବାକୁ ବିଜେପି ପୁଣି ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱର ମଇଦାନକୁ ଓହ୍ଲାଇଛି । ପ୍ରତାପଙ୍କୁ ଟକ୍କର ଦେବାକୁ ଜଣେ ଟାଣୁଆ ନେତାଙ୍କୁ ସାଂସଦ ପ୍ରାର୍ଥୀ କରିପାରେ ବିଜେଡି । ତେବେ ପ୍ରତାପଙ୍କୁ ମାତ୍ ଦେବାକୁ କେଉଁ ଗୋଟି ଚଳାଇବ ବିଜେଡି ? ବାଲେଶ୍ୱର କବଜା କରିବାକୁ କାହାକୁ କରିବ ପ୍ରାର୍ଥୀ ? ତାକୁ ନେଇ ସସପେନ୍ସ ଲାଗିରହିଛି ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ



[ad_2]

Leave a Reply

Your email address will not be published. Required fields are marked *

Back to top button