ରାୟଗଡ଼ା ଆସନକୁ ନେଇ ଉତ୍ତେଜନା, ବିଜୁ ଜନତା ଦଳରେ ଟିକେଟ କଂଦଳ – Sahana Mela

[ad_1]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳରେ ଟିକେଟ କଂଦଳ। ବିଜେଡ଼ିରୁ ଟିକେଟ ହାତେଇ ଥିବା ଅନୁସୂୟା ମାଝୀଙ୍କୁ ନେଇ ବିବାଦୀୟ ସ୍ଥିତି। ଜିଲ୍ଲା ସଭାପତି ସୁଧୀର ଦାସଙ୍କ ସ୍ଥାନରେ ଏନ ଭାସ୍କର ରାଓ ହେଲେ ଜିଲ୍ଲା ସଭାପତି। ସୁଧୀର ଦାସ ହେଲେ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସହ ବିଷମକଟକ ନିର୍ବାଚନ ଦାୟିତ୍ୱ।
ସେହିପରି କୃଷ୍ଣ ମହାପାତ୍ରଙ୍କୁ ଦିଆଯାଇଛି ରାୟଗଡା ନିର୍ବାଚନ ଦାୟିତ୍ୱ। ଏହାକୁ ଦୃଷ୍ଟରେ ରଖିଲେ ଲାଗୁଚି ରାୟଗଡ଼ା ଆସନକୁ ନେଇ ଉତ୍ତେଜନା ତୀବ୍ର ହେବ। ଆସନ୍ତାକାଲି ବିଜୁ ଜନତା ଦଳରୁ ଶତାଧିକ ସଦସ୍ୟ ଦେଇ ପାରନ୍ତି ଇସ୍ତଫା। ତେବେ ରାୟଗଡା ଜିଲ୍ଲାରେ ବିଜୁ ଜନତା ଦଳର ଭବିଷ୍ୟତକୁ ନେଇ ଆଶଙ୍କା।
ସୂଚନା ଥାଉକି, ଅନୁସୂୟା ମାଝୀଙ୍କୁ ରାୟଗଡା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ମିଳିଛି । ଯାହାକୁ ନେଇ ଜିଲ୍ଲା ବିଜେଡିରେ ବିଦ୍ରୋହ ଦେଖିବାକୁ ମିଳିଛି । ପୁରୁଖା ନେତା ଭାସ୍କର ରାଓଙ୍କୁ ଶିବିରରୁ ଏନେଇ ତେଜିଥିଲା ବିରୋଧ । ଭାସ୍କର ରାଓଙ୍କ ଅନୁଗାମୀମାନେ ଅନୁସୂୟା ମାଝୀଙ୍କ ଟିକେଟକୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି ।
[ad_2]