ବାହାନଗା ଟ୍ରେନ ଟ୍ରାଜେଡି,୨୮ ଶବ ର ହେବ ସମୂହ ସଂସ୍କାର – Sahana Mela

[ad_1]
ଭୁବନେଶ୍ୱର : ଗତ ଜୁନମାସ ୨ ତାରିଖରେ ଘଟିଥିଲା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ସିରିଜ ଟ୍ରେନ ଦୁର୍ଘଟଣା I ଏଥିରେ ମୃତ୍ୟୁ ବରଣ କରିଥିବା ୨୮ ଜଣଙ୍କର ଶବ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ I ଏହି ଶବ ଗୁଡିକୁ ଏପର୍ଯ୍ୟନ୍ତ ଭୁବନେଶ୍ବର ଏମ୍ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିଲା I ଦାବିବାର ନଥିବା ଏହି ଶବ ଗୁଡିକର ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଭରତପୁର ଓ ସତ୍ୟନଗର ଶ୍ମାଶନରେ ସମୂହ ସଂସ୍କାର କରାଯିବ ବୋଲି ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି I ଏନେଇ ଆଜି ଏମ୍ସରେ ଏକ ବୈଠକ ଡକାଯାଇଛି I ଏଥିରେ ସିବିଆଇ, ବିଏମସି, ଏମ୍ସ ଓ ରାଜ୍ୟ ସରକାର ସାମିଲ ରହିବେ ।
ସିବିଆଇ ପକ୍ଷରୁ ଗତ ୨୫ ତାରିଖରେ ଏମ୍ସରେ ଚିହ୍ନଟ ହୋଇ ପାରିନଥିବା ମୃତଦେହ କୁ ଦାହ ସଂସ୍କାର କରିବା ପାଇଁ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଅକ୍ଟୋବର ୭ ତାରିଖରେ ଅର୍ଥାତ୍ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରଗୁଡ଼ିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍ସି I
[ad_2]