ଦିଲ୍ଲୀ ବିମାନବନ୍ଦରକୁ ପରମାଣୁ ବୋମାରେ ଉଡାଇଦେବାକୁ ଧମକ, ୨ ଗିରଫ – Sahana Mela

[ad_1]
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)କୁ ପରମାଣୁ ବୋମା ପକାଇ ଉଡାଇ ଦେବାକୁ ଧମକ । ଏହି ଧମକ ଦେଇ ଗିରଫ ହେଲେ ଦୁଇ ଯାତ୍ରୀ । ଉଭୟଙ୍କ ବିରୋଧରେ ବିମାନବନ୍ଦର ପୋଲିସ ଷ୍ଟେସନରେ ଧାରା ୧୮୨/୫୦୫ (୧) ବି ଅନୁଯାୟୀ ମାମଲା ରୁଜୁ ହୋଇଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ ।
ପୋଲିସର ସୂଚନା ମୁତାବକ, ଏପ୍ରିଲ ୫ ତାରିଖରେ ଦିଲ୍ଲୀ ଏୟାରପୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ଉକ୍ତ ଦୁଇ ଯାତ୍ରୀଙ୍କୁ ଯାଞ୍ଚ୍ କରାଯାଇଥିଲା । ଏହି ସମୟରେ ଯାତ୍ରୀ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ବିମାନ ବନ୍ଦରକୁ ପରମାଣୁ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲେ । ବୋମା ପକାଇବା ନେଇ ଧମକ ଦେବା ପରେ ଦିଲ୍ଲୀ ପୋଲିସ ସତର୍କ ହେବା ସହ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।
ଏହାପୂର୍ବରୁ ଡିସେମ୍ବର ୨୦୨୩ ରେ ଆଇଜିଆଆଇ ବିମାନବନ୍ଦର ଏବଂ ପହାଡଗଞ୍ଜକୁ ବୋମା ରେ ଉଡାଇ ଦେବାକୁ ଫୋନ୍ ମାଧ୍ୟମରେ ଧମକ ଆସିଥିଲା । ଏହି ଫୋନ୍ କଲ୍ ଦିଲ୍ଲୀ ପୋଲିସ ଗ୍ରହଣ କରିଥିଲା ।
ତେବେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦର ଦେଶର ସବୁଠୁ ବଡ ବିମାନ ବନ୍ଦର ଅଟେ । ଏହା ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଅନ୍ୟତମ ଏବଂ ଏହା ବିଶ୍ୱର ଅନେକ ପ୍ରମୁଖ ସହରକୁ ରାଜଧାନୀ ସହିତ ସଂଯୋଗ କରେ । ଏଠାରେ ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ଯାତ୍ରୀଙ୍କ ଗମାନଗମନ ହୋଇଥାଏ ।
[ad_2]