ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ହଟିଲେ ପାଣ୍ଡିଆନ – Sahana Mela

[ad_1]
ଭୁବନେଶ୍ୱର: ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ପଦରୁ ଭି କେ ପାଣ୍ଡିଆନଙ୍କୁ ହଟା ଯାଇଛି । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏହି ସୂଚନା ଦେଇଛନ୍ତି। ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ସକ୍ରିୟ ଥିବା ଜଣେ ବ୍ୟକ୍ତି କିଭଳି କୌଣସି ବିଭାଗର ଅଧ୍ୟକ୍ଷ ପଦରେ ରହିପାରିବ ବୋଲି ପ୍ରଶ୍ନ କରି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ଏପରିକି ଏ ନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା ବୋଲି ବିଜେପି କହିଛି।
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲଙ୍ଗନ ଏବେ ପ୍ରମାଣିତ ହୋଇଛି ବୋଲି ଅନୀଲ ବିଶ୍ବାଳ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୫-ଟି ସଚିବ ଭାବରେ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିଲେ । ଯେବେ ପାଣ୍ଡିଆନ ବିଜେଡିରେ ଯୋଗ ଦେଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଦନ୍ନୋତି ଦେଇ ୫-ଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ । ଏବେ ନିର୍ବାଚନ କମିଶନର ତାଙ୍କୁ ସେହି ପଦରୁ ହଟାଇଛନ୍ତି ।
[ad_2]