ମନୋରଞ୍ଜନ

ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ଅମର ସିଂ ଚମକିଲା’ – Sahana Mela

[ad_1]


ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଅମର ସିଂ ଚମକିଲା’ ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ର ଟି ଅମର ସିଂ ଚମକିଲାଙ୍କ ଜୀବନ କାହାଣି ଉପରେ ଆଧାରିତ । ‘ଅମର ସିଂ ଚାମକିଲା’ ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହିପରିପ୍ରେକ୍ଷିରେ ମାମି ମୁମ୍ବାଇ ଫେଷ୍ଟିଭାଲରେ ‘ଅମର ସିଂ ଚମକିଲା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ଯେଉଁଥିରେ ଅନେକ ସେଲିବ୍ରିଟି ଫିଲ୍ମ ଦେଖିଥିଲେ ଏବଂ ସେମାନଙ୍କର ମତ ମଧ୍ୟ ଦେଇଥିଲେ ।ଏହି ଫିଲ୍ମର ନିର୍ଦ୍ଦେଶକ ଭାର ତୁଲାଇଛନ୍ତି ଇମତିଆଜ ଅଲି । ଏହି ଚଳଚ୍ଚିତ୍ରରେ ଦିଲଜିତ ଦୋସାଞ୍ଜଙ୍କ ଅଭିନୟ ଦମଦାର ହାଇଥିବା ବେଳେ ପରିଣୀତି ମଧ୍ୟ ବହୁତ ପରିଶ୍ରମ କରିଛନ୍ତି । ଅମର ସିଂ ଚମକିଲା ପ୍ରିମିୟର ରେ ଶବାନା ଆଜମୀ, ସନ୍ନି କୌଶଲ, ଡେଜି ଶାହା, ମହିମା ମାକୱାନା, ଅବନୀତ କୌର, ପ୍ରତୀକ ସେହଜପାଲ, ପୀୟୁଷ ମିଶ୍ର, ମୃଣାଳ ଠାକୁର, ରୋହନ ଶାହା ଆାଦି କଳାକାର ମାନେ ଯୋଗ ଦେଇଥିଲେ ।

ଚଳଚ୍ଚିତ୍ର ନିର୍ମାତା ଅନିର ‘ଅମର ସିଂ ଚମକିଲା’କୁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ,ଏହି ଫିଲ୍ମ ଟି ଶିକ୍ଷଣୀୟ ଚଳଚ୍ଚିତ୍ର। ଚଳଚ୍ଚିତ୍ରଟି ଆପଣଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭଲ ଲାଗିବ । ଏହା ଏକ ପ୍ରକୃତ ଜୀବନ ଉପରେ ଆଧାରିତ । ଯାହାକି ଆଜି ବି ପ୍ରାସଙ୍ଗିକ ଅଟେ | ଫିଲ୍ମ ଦେଖିବା ପରେ ମୁଁ ବ୍ୟକ୍ତିଗତ ଭାବେ ବହୁତ ପ୍ରଭାବିତ ହୋଇଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button