ଦେଶ- ବିଦେଶ

ଏହି ଉଦ୍ୟାନରେ ବାଘମାନଙ୍କୁ କାହିଁକି ରଖାଯାଏ ଉପବାସ – Sahana Mela

[ad_1]


ନୂଆଦିଲ୍ଲୀ: ଆମେ ବାଘମାନଙ୍କୁ ପୃଥିବୀର ସବୁଠାରୁ ବିପଦପୂର୍ଣ୍ଣ ଏବଂ ନିଷ୍ଠୁର ପ୍ରାଣୀ ବୋଲି ବିବେଚନା କରୁ। କାରଣ ବାଘମାନେ ଅନ୍ୟ ପଶୁପକ୍ଷୀ ମାନଙ୍କୁ ଶିକାର କରିଥାନ୍ତି । ଏମାନେ ଶିକାର କରିବା ସମୟରେ କୌଣସି ପ୍ରକାର ଦୟା ଦେଖାନ୍ତି ନାହିଁ ।ବାଘ ସମ୍ପୁର୍ଣ୍ଣ ମାସାଂଶୀ ପ୍ରାଣି ଏବଂ ବଞ୍ଚିବା ପାଇଁ କେବଳ ମାଂସ ଖାଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସବୁବେଳେ ମାସଂ ଖାଉଥିବା ପ୍ରାଣୀକୁ ଗୋଟିଏ ଦିନ ଭୋକିଲା ରଖାଯାଏ  । ହଁ ଆଜ୍ଞା ଏକ ପ୍ରାଣୀ ଉଦ୍ୟାନରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଭୋକିଲା ରଖାଯାଏ । ସେଦିନ ସେମାନେ କୌଣସି ମାଂସ ଖାଆାନ୍ତି ନାହିଁ ।

ବିବିସି ରିପୋର୍ଟ ଅନୁଯାୟୀ, ନେପାଳର ସେଣ୍ଟ୍ରାଲ ପ୍ରାଣୀ ଉଦ୍ୟାନରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ତଥା ଶନିବାର ଦିନ ଭୋକିଲା ରଖାଯାଏ। ପ୍ରାଣୀ ଉଦ୍ୟାନର ସୂଚନା ଅଧିକାରୀ ଗଣେଶ କୋଇରାଲାଙ୍କ ଅନୁଯାୟୀ, ବାଘମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ପ୍ରତି ଶନିବାର ଦିନ ଉପବାସ ରଖାଯାଏ  । ସେମାନଙ୍କର ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ପାଇଁ ଏପରି କରାଯାଏ । ଯାହା ଦ୍ବାରା ସେମାନଙ୍କର କୌଣସି ଅସୁବିଧା ହୁଏନାହିଁ । ଗଣେଶ କୋଇରାଲା କହିଛନ୍ତି ଯେ ବାଘମାନଙ୍କର ଓଜନ ନ ବଢିବା ପାଇଁ  ସେମାନଙ୍କୁ ଉପବାସରେ ରଖାଯାଏ। କାରଣ ଅତ୍ୟଧିକ ଓଜନ ବଢିଲେ ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ଏହି ଉଦ୍ୟାନରେ ମହିଳା ବାଘମାନଙ୍କୁ ପ୍ରତିଦିନ ୫ କେଜି ମାଂସ ଏବଂ ପୁରୁଷ ବାଘମାନଙ୍କୁ ୬ କେଜି ମାଂସ ଖାଇବାକୁ ଦିଆଯାଏ । ସେଥିପାଇଁ ସେମାନଙ୍କୁ ଶନିବାର ଦିନ ମାଂସ ଖାଇବାକୁ ଦିଆଯାଇନଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ । ମାସାଂଶୀ ପ୍ରାଣି ସପ୍ତାହରେ ଥରେ ଉପବାସ କଲେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ।



[ad_2]

Leave a Reply

Your email address will not be published. Required fields are marked *

Back to top button