ରାଜନୀତି

ପ୍ରଚାର ପାଇଁ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ – Sahana Mela

[ad_1]


ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ ତାରିଖ। ରାଜନୈତିକ ଦଳ ପ୍ରଚାର ପ୍ରସାର ଅଭିଯାନକୁ ଖୁବ ଚଞ୍ଚଳ କରିଲେଣି। ୨୦୨୪ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ରାଜନୈତିକ ଦଳ ପାଇଁ ଷ୍ଚାର ପ୍ରଚାରକ ପ୍ରଚାର କରୁଥିବା ବେଳେ ହେବି ୱେଟ ନେତା ମଧ୍ୟ ଜୋରସୋରରେ ଚଲାଇଛନ୍ତି ପ୍ରଚାର ଅଭିଯାନ। ତେବେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା।

ମେ’ ପ୍ରଥମ ସପ୍ତାହରେ ସୋନିଆ ଏବଂ ରାହୁଲ ଓଡ଼ିଶା ଗସ୍ତରେ ଆସିବେ। କୋରାପୁଟରେ ସୋନିଆ କଂଗ୍ରେସ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବା ବେଳେ ରାୟଗଡ଼ା ଗସ୍ତରେ ଆସି ପ୍ରଚାର କରିବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ। ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲ, ରେବନ୍ଥ ଗସ୍ତ କରିବେ।

ମେ ୧୩ରେ ଓଡ଼ିଶାରେ ୪ ଲୋକସଭା, ୨୮ ବିଧାନସଭା କ୍ଷେତ୍ରରେ ଭୋଟ୍‌ ରହିଛି। ତେଣୁ ଏହାକୁ ଲକ୍ଷ୍ୟ ରଖି କୋରାପୁଟ ଗସ୍ତରେ ଆସି ପ୍ରଚାର କରିବେ ସୋନିଆ ଗାନ୍ଧୀ। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ତେଲଗୁ ଭୋଟରଙ୍କୁ ଆକୃଷ୍ଟ କରିବେ। ଗୁଣପୁର, ରାୟଗଡ଼ା, କୋରାପୁଟ, ଜୟପୁରରେ ରୋଡ୍‌ ଶୋ କରିବେ ଏହି ହେବି ୱେଟ୍ ନେତା।



[ad_2]

Leave a Reply

Your email address will not be published. Required fields are marked *

Back to top button