ରାଜନୀତି

ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି – Sahana Mela

[ad_1]


ଭୁବନେଶ୍ୱର: ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭିକେ ପାଣ୍ଡିଆନ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ହସ୍ପିଟାଲ ଯାଇ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସସ୍ମିତ ପାତ୍ରଙ୍କ ସୂଚନା ଅନୁଯାୟୀ, ଆବଶ୍ୟକ ଡାକ୍ତରୀ ପରୀକ୍ଷା ସରିବା ପରେ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ ଏବେ ଆବଶ୍ୟକ ଚିକିତ୍ସା ଗ୍ରହଣ କରୁଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ସାଂସଦ ସାହୁଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ସାହୁ ବିଜେଡିର ୩୮ ଜଣିଆ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।



[ad_2]

Leave a Reply

Your email address will not be published. Required fields are marked *

Back to top button