ରାଜନୀତି

ବିଜେପିରେ ଗୋଷ୍ଠୀ କନ୍ଦଳ, ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀଙ୍କ ତୀବ୍ର ବିରୋଧ – Sahana Mela

[ad_1]


ସୁବର୍ଣ୍ଣପୁର: ପଦାରେ ପଡିଲା ବିଜେପି ଅନ୍ତଃ କନ୍ଦଳ। ବିଜେପି ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀ ଓ ନେତାଙ୍କ ତୀବ୍ର ବିରୋଧ । ବିଦ୍ରୋହର ସ୍ବର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିବା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଟିରେ ଗୋଷ୍ଠୀ କନ୍ଦଳ ଜଳ ଜଳ। ବିଜେପି ଟିକେଟ ଆଶାୟୀ ଥିବା ଆନନ୍ଦ ବାରିକ ଆଜି ଟିକେଟ ପାଇଥିବା ରଘୁନାଥ ଜଗଦଳାଙ୍କ ବିରୋଧରେ ମୁଁହ ଖୋଲିବା ସହିତ ରାଜ୍ୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିବାଦ ଆରମ୍ଭ କରିଛନ୍ତି।

ରଘୁଙ୍କ ଟିକେଟକୁ ବାଦ ଦେଇ ତାଙ୍କୁ ଟିକେଟ ଦେବାକୁ ସମର୍ଥକମାନେ ଦାବି କରିଛନ୍ତି । ୨୦୧୪ ମସିହାରେ ବିଜେପି ଟିକେଟ ପାଇ ହାରିଥିବା ଆନନ୍ଦ ବାରିକ ଗୋଷ୍ଠୀ ଆଜି ଶହ ଶହ ସଂଖ୍ୟାରେ ବଲାଙ୍ଗୀର ଯାଇ ଓଡିଶା ପ୍ରଭାରୀଙ୍କୁ ଭେଟିବେ ଓ ରଘୁନାଥଙ୍କ ଟିକେଟ ଫେରେଇ ନେଇ ତାଙ୍କୁ ଦେବାକୁ ଦାବି କରିବେ ବୋଲି କହିଛନ୍ତି।

ବୀରମହାରାଜପୁରରେ ଆମେ ବିଜେପିର ମୂଳଦୁଆ ପକାଇ ଥିବା ବେଳେ ଅନ୍ୟମାନେ ଟିକେଟ ପାଇବେ ଏହା ଚଳିବ ନାହିଁ ବୋଲି କହିଛନ୍ତି କର୍ମୀ । ଯଦି ଆନନ୍ଦ ବାରିକଙ୍କ କଥା ଓଡିଶା ପ୍ରଭାରୀ ନଶୁଣନ୍ତି ଓ ଟିକେଟ ନମିଳେ ତାହେଲେ ଆଗାମି ଦିନରେ ରଘୁନାଥଙ୍କୁ ତିବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନନ୍ଦ ଗୋଷ୍ଠୀ ।



[ad_2]

Leave a Reply

Your email address will not be published. Required fields are marked *

Back to top button