ସ୍ୱାସ୍ଥ୍ୟ

ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ଜୁସ୍ – Sahana Mela

[ad_1]

ଭୁବନେଶ୍ବର: କଲ ବଲ କରୁଛି ତାତି । ସବୁଆଡେ଼ ଏବେ ଗ୍ରୀଷ୍ମ ପ୍ରକୋପ । ତେବେ ଏହି ଡହଡହ ତାତି ପାଇଁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଅଂଶୁଘାତ ରୁ ରକ୍ଷା ପାଇବେ କିପରି । ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଆବଶ୍ୟକ ପଡିଲେ ସତର୍କତା ସହ ଯାଆନ୍ତୁ। ଖରାକୁ ବାହାରିଲେ ମୁଣ୍ଡରେ ଓଦା ଗାମୁଛା, ଛତା,ଚପଲ ,କଳା ଚଷମା ଇତ୍ୟାଦି ବ୍ୟବହାର କରି ଯାଆନ୍ତୁ।ପ୍ରଚୁର ପରିମାଣରେ ପାଣି ,ତୋରାଣି, କାଞି ପିଇବା ସହ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। କାରଣ ଖରାଦିନେ ଶରୀରରୁ ଜଳିୟ ଅଂଶ କମି ଯାଇଥାଏ ।

ଶରୀରରେ ଆଦ୍ରତା ଓ ଲବଣର ସନ୍ତୁଳନ ବଜାଇ ରଖିବା ସହ ବାଟରେ ଯାଉଥିବା ବେଳେ ଥକା ଅନୁଭବ କଲେ ଗଛ ଛାଇ କିମ୍ୱା ପବନ ଦେଉଥିବା ଜାଗାରେ ବସି ପଡନ୍ତୁ । ଏବଂ ଖରା ଦିନେ ସୁତା ବସ୍ତ୍ର ପିନ୍ଧିନ୍ତୁ ।ଖରା ଦିନେ ପେଟକୁ ଖାଲି ରଖନ୍ତୁ ନାହିଁ । ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ରର ଜୁସ୍ ପିଇବା ଏବଂ ସବୁଜ ପନିପରିବା ଓ ଫଳ ଖାଆନ୍ତୁ ।ପିଆଜ ଖାଇଲେ ମଧ୍ୟ ଅଶୁଂଘାତ ହୋଇନଥାଏ ବୋଲି ସାଧାରଣରେ କୁହାଯାଇଥାଏ । ଖରା ଦିନେ ମଦ୍ୟ କିମ୍ୱା ଅନ୍ୟ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।

[ad_2]

Leave a Reply

Your email address will not be published. Required fields are marked *

Back to top button