ରାଜନୀତି

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା: ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ପ୍ରବୋଧଙ୍କ କଟିଲା ଟିକେଟ – Sahana Mela

[ad_1]

ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ ତାଲିକା ପ୍ରକାଶ କଲା କଂଗ୍ରେସ । ଗତକାଲି ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା।

୩ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଭଣ୍ଡାରୀପୋଖରୀରୁ ଲଢ଼ିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିପରି ଅସିତ ପଟ୍ଟନାୟକଙ୍କୁ ଦଳ ଭଦ୍ରକରୁ ପ୍ରାର୍ଥୀ କରିଛି। ଅତାବିରାରୁ ଅଭିଷେକ ସେଠ, କୁଚିଣ୍ତାରୁ କେଦାରନାଥ ବରିହା, ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିଟାରିଆ ପ୍ରାର୍ଥୀ ହୋଇଛନ୍ତି। ଆନନ୍ଦପୁରରୁ ଜୟଦେବ ଜେନା, ସମ୍ବଲପୁରରୁ ଦୁର୍ଗାପ୍ରସାଦ ପାଢୀ, ରେଢାଖୋଲରୁ ଅସାଫ ଅଲି ଖାନ, ରେଙ୍ଗାଲିରୁ ଦିଲୀପ ଦୁରିଆ ଲଢିବେ ନିର୍ବାଚନ।

[ad_2]

Leave a Reply

Your email address will not be published. Required fields are marked *

Back to top button