ଦେଶ- ବିଦେଶ

ଆଜିଠୁ ଅମରନାଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ, ୨୯ ଜୁନରୁ ଦର୍ଶନ ପାଇବେ ଶ୍ରଦ୍ଧାଳୁ – Sahana Mela

[ad_1]


ଶ୍ରୀନଗର: ଚଳିତ ବର୍ଷ ପାଇଁ ଶ୍ରୀ ଅମରନାଥ ଯାତ୍ରା ନେଇ ଘୋଷଣା ହୋଇଛି । ଚଳିତଥର ୨୯ ଜୁନରୁ ଯାତ୍ରା ଆରମ୍ଭ ହେବ । ୫୨ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ସେଥିପାଇଁ ଆଜିଠାରୁ ଅଫଲାଇନ୍ ଏବଂ ଅନଲାଇନ୍ ମୋଡ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି ।

ଜମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା କହିଛନ୍ତି ଯେ ଯାତ୍ରାକୁ ସୁଗମ ଏବଂ ସହଜ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି । ସମସ୍ୟା ମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିବଦ୍ଧ । ରାଜ୍ୟକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ତୀର୍ଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଦୂରସଞ୍ଚାର ସେବାକୁ ଅଧିକ ଉତ୍ତମ ଢଙ୍ଗରେ ସଞ୍ଚାଳିତ କରାଯିବ ।

ବାବା ବାରଫାନୀଙ୍କ ଭକ୍ତମାନେ ଅମରନାଥ ସାଇନ ବୋର୍ଡର ଅଫିସିଆଲ୍ ୱେବସାଇଟ୍  କରି ଯାତ୍ରା ନିମନ୍ତେ ପଞ୍ଜିକରଣ କରିପାରିବେ । ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ସାଇନ ବୋର୍ଡର ମିଳିତ ସହଯୋଗରେ ଅମରନାଥ ଯାତ୍ରା ପ୍ରତିବର୍ଷ ଆୟୋଜିତ ହୋଇଆସୁଛି । ଶ୍ରୀନଗରଠାରୁ ୧୪୧ କିମି ଦୂର ଏବଂ ସମୁଦ୍ର ପତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ଅମରନାଥ ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ମାନ୍ୟତାଲାଭ କରିଛି। ପ୍ରତିବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଆୟୋଜିତ ହୋଇଥାଏ।

ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ଦୁଇଟି ମାର୍ଗରେ କରିଥାନ୍ତି । ପ୍ରଥମ ମାର୍ଗ ହେଉଛି ନନୁନବାନ-ପହଲଗମ୍ ମାର୍ଗ ଯାହାକି ୪୮ କିଲୋମିଟର ଦୂରତା ଏବଂ ଦ୍ୱିତୀୟ ମାର୍ଗ ହେଉଛି ବାଲ୍ଟାଲ୍ ମାର୍ଗ ଯାହା ମାତ୍ର ୧୪ କିଲୋମିଟରର ସଂକୀର୍ଣ୍ଣ ମାର୍ଗ । ତେଣୁ ୯୫ ପ୍ରତିଶତ ଶ୍ରଦ୍ଧାଳୁ ପେହେଲଗାଓଁ ରାସ୍ତାକୁ ପସନ୍ଦ କରିଥାନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button