ଖେଳ ଖବର

ବିଜେପି ର ବିଧାନସଭା ପ୍ରାର୍ଥୀ ତାଲିକା ଜାରି ,ରାଉରକେଲାରୁ ଦିଲ୍ଲୀପ ରାୟ – Sahana Mela

[ad_1]

ଭୁବନେଶ୍ୱର : ଜାରିହେଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏଥର ରାଉରକେଲାରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ଟିକେଟ୍‌ ପାଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଆଉ ୩୫ ଆସନରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଥିଲା। ଆଜି ୨୧ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଆହୁରି ୧୪ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ଜଣାନ୍ତୁ କିଏ କେଉଁଠାରୁ ହେଲେ ପ୍ରାର୍ଥୀ :

ରାଉରକେଲା-ଦିଲ୍ଲୀପ ରାୟ,ପାଟଣା- ଅଖିଳ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା ,ରାଇରଙ୍ଗପୁର- ଜୋଲେନ ବରଦା,ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ,କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ,ଝରିଗାଁ- ନରସିଂହ ଭତ୍ରା ,ଡାବୁଗାଁ- ସୋମନାଥ ପୂଜାରୀ , ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ ,ରଣପୁର- ସୁରମା ପାଢ଼ୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ା- ବସନ୍ତ ଉଲାକା ,ଲକ୍ଷ୍ମୀପୁର- କୈଳାସ କୁଲେସିକା, କୋଟପାଡ- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି,ଚିତ୍ରକୋଣ୍ଡା-ଡମ୍ବରୁ ଶିଶା

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୩୩ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି। ଏବେ ବି ବିଜେପିର ୧୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି।

ଅନ୍ୟପଟେ ୨ ବିଧାନସଭା ପ୍ରାର୍ଥୀଙ୍କୁ ବଦଳିଛି ବିଜେପି I ରଣପୁର ଓ ପଟାଙ୍ଗୀ ପ୍ରାର୍ଥୀ ବଦଳିଛନ୍ତି I ରାମନପୁରରେ ତାପସ ମାର୍ଥାଙ୍କ ସ୍ଥାନରେ ସୁରମା ପାଢ଼ୀ ଏବଂ ପଟାଙ୍ଗୀରେ ଚୈତନ୍ୟ ହନ୍ତIଳ ଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲି ପ୍ରାର୍ଥୀ ହୋଇଛନ୍ତି I

[ad_2]

Leave a Reply

Your email address will not be published. Required fields are marked *

Back to top button