୪ ବର୍ଷର ପୁଅକୁ ହତ୍ୟା କଲା ବାପା – Sahana Mela

[ad_1]
ରାଉରକେଲା : ଘର ଭିତରୁ ଏକ ୪ ବର୍ଷୀୟ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁକୁ ଙ୍କ ବୟସ ୪ ବର୍ଷ ବୋଲି ଜଣାପଡିଛି l ଏପରି ଘଟଣା ଘଟିଛି ବ୍ରାହ୍ମଣୀ ତରଙ୍ଗ ଥାନା ତୁମରନ୍ ଗାଁରେ l
ସୂଚନାନୁସାରେ , ଆଜି ଏପରି ଏକ ଘଟଣା ଘଟିଛି ଯାହାକି ଏକ ଦୁଃଖଦ ଦାୟକ ଘଟଣା l ରାଉରକେଲାର ତୁମରାନ୍ ଗାଁରେ ଜଣେ ୪ ବର୍ଷୀୟ ପୁଅର ମୃତ ଦେହ ଉଦ୍ଧାର ହୋଇଛି । ପାରିବାରିକ କଳହକୁ ନେଇ ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାପାକୁ ଅଟକ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ୧୨ ଅକ୍ଟୋବର ଦିନ ସକାଳ ୧୦ ରୁ ୧୧ଟା ମଧ୍ୟରେ ଗ୍ରାମବାସୀ ଏହି ଖବର ପାଇଥିଲେ । ଏଭଳି କାଣ୍ଡ ଜାଣିବା ପରେ ଗ୍ରାମବାସୀ ସେଠାକୁ ଯାଇପାରିନଥିଲେ । ଏହି ଖବର ପୋଲିସକୁ ବହୁ ବିଳମ୍ବରେ ଦିଆଯାଇଛି । ପୋଲିସ ଘଟଣାସ୍ଥଳକୁ ଏକ ଟିମ ପଠାଇଛି । ଅଭିଯୁକ୍ତଙ୍କୁ ଥାନାକୁ ନେବା ପରେ ଏବଂ ତଦନ୍ତ ଅଧିକ ସ୍ପଷ୍ଟତା ଆସିପାରିବ ବୋଲି ଅନୁମାନ କରିଛି ପୋଲିସ ।
[ad_2]