IRCTCର ନକଲି ଆପ୍ ଖାଲି କରିପାରେ ବ୍ୟାଙ୍କ ଆକାଉଣ୍ଟ, ଫେକ୍ ସପିଂ ଓ୍ବେବସାଇଟ୍ଠାରୁ ରୁହନ୍ତୁ ସାବଧାନ
ନୂଆଦିଲ୍ଲୀ,୨୮।୯: ୟୁଜର୍ସଙ୍କ ଉପରେ ଅନଲାଇନ୍ ଠକେଇର ବିପଦ ବଢି ଯାଇଛି। ଟିଓଆଇର ରିପୋର୍ଟ ଅନୁସାରେ, ଗ୍ଲୋବାଲ ସାଇବର ସିକ୍ୟୁରିଟି ସଲ୍ୟୁସନ୍ ପ୍ରୋଭାଇଡର କ୍ବିକ୍ ହିଲ୍ ଟେକ୍ନୋଲୋଜି ସେହି ସାଇବର ବିପଦକୁ ନେଇ ଆଡଭାଇଜରୀ ଜାରି କରିଛି, ଯାହା ଜରିଆରେ ହ୍ୟାକର ୟୁଜର୍ସଙ୍କୁ ନିଜର ଶିକାର କରୁଛନ୍ତି। ଏହାଛଡା Seqrite labs ର ରିସର୍ଚ୍ଚର ମଧ୍ୟ କିଛି ବଡ ଡିଜିଟାଲ ଫ୍ରଡ ଟ୍ରେଡର୍ସର ଚିହ୍ନଟ କରିଛି, ଯାହାଫଳରେ ସାଇବର କ୍ରିମିନାଲ୍ ୟୁଜର୍ସଙ୍କୁ ବଡ଼ ଧରଣର କ୍ଷତି ହୋଇପାରେ।
ଫେକ୍ ଆଇଆରଟିସି ଆପ୍ ଓ ନକଲି ସପିଂ ଓ୍ବେବସାଇଟ୍ ଥିବା ସ୍କାମ୍ ଏହା ଭିତରୁ ଅନ୍ୟତମ। ଆସନ୍ତୁ ଡିଟେଲ୍ରେ ଜାଣିବା ଏହି ସ୍କାମ୍ ବିଷୟରେ।
ସାଇବର ସିକ୍ୟୁରିଟି ରିସର୍ଚ୍ଚର ଏକ ହାଇଟେକ ସ୍ପାଇଓ୍ବେର ଚିହ୍ନଟ କରିଛି, ଯାହାକି ଅଫିସିଆଲ ଆଇଆରଟିସି ଆପ୍ ଭଳି ଲାଗିଥାଏ। ଏହି ମାଲିସିୟସ୍ ଆପ୍ ୟୁଜରଙ୍କ ଫେସବୁକ୍ ଓ ଗୁଗୁଲ ଆକାଉଣ୍ଟର ୟୁଜରନେମ୍ ଓ ପାସଓ୍ବାର୍ଡକୁ ଚୋରାଇ ନେଇଥାଏ।ଫଳରେ ହ୍ୟାକ୍ ସହଜରେ ଗୁଗୁଲ ଅଥଣ୍ଟିକେସନ୍ରୁ କୋଡ୍କୁ ଆକ୍ସେସ କରିପାରିବେ। ଏହା ସହ ୟୁଜରଙ୍କ ଜିପିଏସ୍ ଓ ନେଟଓ୍ବର୍କ ଲୋକେସନ୍ ଡିଟେଲ ମଧ୍ୟ ହ୍ୟାକରକୁ ଦେଇ ଦେଇଥାଏ। ଏହି ଆପ୍ ୟୁଜରଙ୍କ ବ୍ୟାଙ୍କିଙ୍ଗ ଡିଟେଲ୍ସକୁ ମଧ୍ୟ ଚୋରାଇ ପାରିଥାଏ। ଚିନ୍ତାର କଥା ଏହା ଯେ, ଏହି ମାଲଓ୍ବେର ସାହାଯ୍ୟରେ ହ୍ୟାକର ଗୁଗୁଲର ଫୋନ୍ କ୍ୟାମେରାରୁ ଭିଡିଓ ରେକର୍ଡ କରି ତାକୁ ଯେ କୌଣସି ସ୍ଥାନକୁ ସେଣ୍ଡ କରିପାରିବ। ଏହି ଆପ୍ ଫୋନ୍ରେ ଇନଷ୍ଟଲ ଆପ୍ସର ଡାଟାକୁ କଲେକ୍ଔ କରି କମାଣ୍ଡ ସ କନଟ୍ରୋଲ ସେଣ୍ଟରକୁ ପଠାଇ ଦେଇଥାଏ।
ଦଶହରା, ଦିପାବଳୀ ଓ କ୍ରିସମାସ୍ ଭଳି ବଡ ପର୍ବରେ ୟୁଜର ଖୁବ୍ ସପିଂ କରନ୍ତି। ଫେଷ୍ଟିଭ୍ ସିଜିନ୍ ହ୍ୟାକର୍ସଙ୍କ ପାଇଁ ଖୁବ୍ ଖାସ୍ ରହିଥାଏ। ଏଥିରେ ହ୍ୟାକର ଅସଲି ସପିଂ ଓ୍ବେବସାଇଟ୍ ଭଳି ଦେଖାଯାଉଥିବା ଫେକ୍ ଓ୍ବେବସାଇଟ୍ କ୍ରିଏଟ୍ କରି ୟୁଜର୍ସଙ୍କ ସହ ଠକେଇ କରନ୍ତି। ଏହି ଓ୍ବେବସାଇଟ୍ର ନାଁ ଅସଲି ସହ ଖୁବ୍ ମିଶିଥା,। ସାଇବର କ୍ରିମିନାଲ ସର୍ଟ ୟୁଆରଏଲ୍ର ବ୍ୟବହାର କରନ୍ତି, ଫଳରେ ୟୁଜର ଅସଲି ଓ ନକଲି ଓ୍ବେବସାଇଟ୍ର ଚିହ୍ନଟ କରିପାରିବେନି। ଲିଙ୍କରେ କ୍ଲିକ୍ କରିବା ପରେ ୟୁଜର ମଲିସିୟସ୍ ଓ୍ବେବସାଇଟ୍ରେ ପହଁଞ୍ଚି ଯାଇଥାନ୍ତି।
କ୍ୟୁଆର କୋଠହ୍ ଫିଶିଂ ସ୍କାମ୍ ଆଜିକାଲି ଖୁବ୍ ଟ୍ରେଣ୍ଡରେ ଅଛି। ଏଥିରେ ସାଇବର କ୍ରିମିନାଲ ୟୁଜର୍ସଙ୍କୁ ଟେକ୍ସଟ୍ ମେସେଜ୍ ସୋସିଆଲ ମିଡିଆ ଆପ୍ କିମ୍ବା ଇମେଲ ଜରିଆରେ କ୍ୟୁଆର କୋଡ୍ ପଠାନ୍ତି। ସ୍କାନ୍ କରାଯିବା ପରେ କୋଡ୍ ୟୁଜର୍ସଙ୍କୁ ଫେକ୍ ଓ୍ବେବସାଇଟ୍ରେ ରିଡାଇରେକ୍ଟ କରିଦେଇଥାଏ, ଯାହାକି ଦେଖିବାକୁ ଅସଲି ଭଳି ଲାଗେ। ଏହି ଓ୍ବେବସାଇଟ୍ ଜରିଆରେ ହ୍ୟାକର ୟୁଜର୍ସଙ୍କ ପର୍ସନାଲ ସହ ଫାଇନାନ୍ସିଆଲ ଡାଟା ଯେପରି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ ଓ ନେଟ୍ଓ୍ବାର୍କିଂ ପାସ୍ଓ୍ବାର୍ଡ ବିଷୟରେ ଜାଣିପାରନ୍ତି। ସେଭଳି ଗିଫ୍ଟ କାର୍ଡରୁ ହେଉଥିବା ଠକେଇ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ହ୍ୟାକର ୟୁଜର୍ସଙ୍କୁ ପୁରସ୍କାର ଜିତିବା କିମ୍ବା ଗିଫ୍ଟ କାର୍ଡ କ୍ଲେମ କରିବା ପାଇଁ ଫେକ୍ ମେସେଜ୍ ପଠାଇଥାନ୍ତି। ଏହି ମେସେଜ୍ ସାଧାରଣତଃ ‘Dear customer Congratulations ! you have won… ଟାଇପ୍ର ଟେକ୍ସଟ୍ ଥିବା ମେସେଜ୍ ଦେଇଥାନ୍ତି। ଫ୍ରି ଗିଫ୍ଟ ଓ ଗିଫ୍ଟ କାର୍ଡ ପାଇବା ପାଇଁ ହ୍ୟାକର୍ସଙ୍କୁ ଏହି ମେସେଜ୍ରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଥାଏ।