ଦେଶ- ବିଦେଶ

ସିରିୟା ଏୟାରପୋର୍ଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ – Sahana Mela

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଫିଲିସ୍ତାନୀ ସଂଗଠନ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ୪ ହଜାର ଲୋକ ପ୍ରାଣ ହରାଇ ସାରିଛନ୍ତି । ଇତିମଧ୍ୟରେ ଇସ୍ରାଏଲ ଆଜି ସିରିୟା ସ୍ଥିତ ଇରାନ ସମର୍ଥିତ ହମାସ ଠିକଣାରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଏହି ଆକ୍ରମଣ ଦମିଶକ ଓ ଅଲେପ୍ପୋ ଉଡ଼ାଜାହଜ ପାଖାପାଖି ହୋଇଛି । ଇରାନ ବୈଦେଶିକ ମନ୍ତ୍ରୀ ହୋସେନ ଅମୀର ଅବଦୁଲ୍ଲାହିୟନ ଦମିଶକ ଏୟାରପୋର୍ଟରେ ଓହ୍ଲାଇଥାନ୍ତେ । ଏହି ସମୟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା । ଆକ୍ରମଣ ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ମଝି ରାସ୍ତାରେ ହିଁ ସ୍ୱଦେଶ ଫେରି ଯାଇଛନ୍ତି ।

ସମାଚାର ଏଜେନ୍ସୀ ରାଇଟର୍ସର ରିପୋର୍ଟ ମୁତାବକ, ଇସ୍ରାଏଲ ଆକ୍ରମଣ ପରେ ସିରିଆର ୨ ମୁଖ୍ୟ ଏୟାରପୋର୍ଟର ସେବା ବନ୍ଦ ଅଛି । ସମସ୍ତ ଉଡ଼ାଜାହଜ ବାତିଲ କରାଯାଇଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button