ରାଜନୀତି

ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି, ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି: ବିଜେପି

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ସୋସିଆଲ ମିଡିଆାରେ ଲେଖିଛନ୍ତି, ନବୀନଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି, ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି। ନବୀନ ପଟ୍ଟନାୟକ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ?
ରାଜନୈତିକ ରୁଟି ସେକିବାକୁ ନବୀନ ସାଂପ୍ରଦାୟିକ ବୟାନବାଜି କରିବା ନିନ୍ଦନୀୟ। ଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି। କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ହିଁ ରାଜ୍ୟସଭା ସାଂସଦ କରିଛନ୍ତି।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଏକ୍ସ ରେ ଲେଖିଥିଲେ, ଭଦ୍ରକ ଓ ସୋନପୁର ଜିଲ୍ଲାର ସାଙ୍ଗଠନିକ ପଦାଧିକାରୀ ଏବଂ ନେତୃବୃନ୍ଦଙ୍କୁ ଭେଟିଲି। ତିନି ମାସରେ ୪ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଯୋଗଦାନ ସହ ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ଆହ୍ୱାନ ଦେଲି।

Leave a Reply

Your email address will not be published. Required fields are marked *

Back to top button