ମନୋରଞ୍ଜନ

ଅରୁଣୋଦ ସିଂଙ୍କୁ ଡେଟିଂ କରୁଛନ୍ତି କି ତାରା ? ରିଲେସନଶିପ୍‌କୁ ନେଇ କଲେ ଖୁଲାସା

ମୁମ୍ବାଇ,୦୨/୧୦: ତାରା ସୂତାରିଆ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ । ଏହାରି ମଧ୍ୟରେ କରୀନା କପୁର ଏବଂ ରଣବୀର କପୁରଙ୍କ ସମ୍ପର୍କୀୟ ଭାଇ ଆଦାର ଜୈନଙ୍କୁ ଦୀର୍ଘ ଦିନ ଧରି ଡେଟ କରୁଥିଲେ। ସେମାନଙ୍କର ସମ୍ପର୍କ ମଧ୍ୟ ଅଫିସିଆଲ ଥିଲା, କିନ୍ତୁ ହଠାତ୍ ଦୁହେଁ ଅଲଗା ହୋଇଯାଇଥିଲେ।

ବର୍ତ୍ତମାନ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ତାରା ମଧ୍ୟ ଜଣେ ଲୋକପ୍ରିୟ ଅଭିନେତାଙ୍କୁ ଡେଟ୍ କରୁଛନ୍ତି।

ଅଭିନେତ୍ରୀଙ୍କ ନାମ ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ନାତି ସହିତ ଜଡିତ ଅଛି। ଯେଉଁ ବ୍ୟକ୍ତିଙ୍କ ସହ ତାରା ପ୍ରେମରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତା ଅରୁଣୋଦ ସିଂ। ଉଭୟ ପ୍ରାୟ ଦେଢ ବର୍ଷ ହେବ ଡେଟିଂ କରୁଛନ୍ତି। କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଉଛି ଯେ ତାରାଙ୍କ ପିତାମାତା ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଛନ୍ତି । ସେମାନଙ୍କ ଝିଅର ପସନ୍ଦ ଉପରେ ସେମାନଙ୍କର କୌଣସି ଆପତ୍ତି ନାହିଁ । ଅଭିନେତାଙ୍କ ସହ ସମ୍ପର୍କକୁ ନେଇ ଅଭିନେତ୍ରୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯାହା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏସବୁ ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ନିଜକୁ ‘ସିଙ୍ଗଲ’ ବୋଲି କହିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ, ଅରୁଣୋଦୟ ତାଙ୍କର ବହୁତ ଭଲ ବନ୍ଧୁ ଏବଂ ସେ ସିଙ୍ଗଲ ଅଛନ୍ତି। କିଛି ସମୟ ପୂର୍ବରୁ କୁହାଯାଇଥିଲା ଯେ ତାରା ଏବଂ ଅରୁଣୋଦୟଙ୍କ ମଧ୍ୟରେ ଅନେକ ସମାନତା ଅଛି। ଉଭୟଙ୍କର ସମାନ ଚିନ୍ତାଧାରା ଅଛି ଏବଂ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ ମଧ୍ୟ ମେଳ ଖାଉଛି ଏବଂ ସେଥିପାଇଁ ଦୁହେଁ ଏକାଠି ହୋଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ୧୩ ବର୍ଷର ବୟସ ପାର୍ଥକ୍ୟ ଅଛି । କେବଳ ଏତିକି ନୁହେଁ ଅରୁଣୋଦୟ ପୂର୍ବରୁ ଛାଡପତ୍ର ନେଇଛନ୍ତି। ଏହା ସତ୍ତ୍ଵେ ଦୁହିଁଙ୍କ ବିଷୟରେ ଆଲୋଚନା ହେଉଥିଲା। ଯେଉଁଥିରେ ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ବିବୃତ୍ତି ସହିତ ସମ୍ପୂର୍ଣ୍ଣ ଏହି ଗୁଜବକୁ ମିଛ ବୋଲି ପ୍ରମାଣିତ କରିଛନ୍ତି । ବର୍ତ୍ତମାନ ତାରା ନିଶ୍ଚିତ କରିଛନ୍ତି ଯେ ସେ ଅଭିନେତା ଅରୁଣୋଦୟ ସିଂଙ୍କୁ ଡେଟ କରୁନାହାଁନ୍ତି।

Leave a Reply

Your email address will not be published. Required fields are marked *

Back to top button