BSNLର ଧମାକାଦାର ପ୍ଲାନ୍, ଏବେ ୨୮ ଦିନ ପରିବର୍ତ୍ତେ ମିଳିବ ୩୫ ଦିନର ଭାଲିଡିଟି

ସରକାରୀ ଟେଲିକମ୍ କମ୍ପାନୀ BSNL ନିଜର ଗ୍ରାହକମାନଙ୍କ ଅନେକ ପ୍ରକାରର ରିଚାର୍ଜ ପ୍ଲାନ ଆଣିଥାଏ । ଯେହେତୁ ବେସରକାରୀ କମ୍ପାନୀଗୁଡିକ ସେମାନଙ୍କ ପ୍ଲାନକୁ ମହଙ୍ଗା କରିଛନ୍ତି ତେଣୁ ଏବେ BSNLର ଚାହିଦା ବେଶ ଅଧିକ ରହିଛି । ଜିଓ, ଏୟାରଟେଲ ଏବଂ ଭୋଡାଫୋନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ BSNL କ୍ରମାଗତ ଭାବରେ ସ୍ୱଳ୍ପ ମୂଲ୍ୟର ରିଚାର୍ଜ ପ୍ଲାନ ପ୍ରଦାନ କରୁଛି ।
ବର୍ତ୍ତମାନ BSNL ଏହାର ଗ୍ରାହକଙ୍କ ପାଇଁ ଏକ ଭଲ ପ୍ରିପେଡ୍ ରିଚାର୍ଜ ପ୍ଲାନ ଆଣିଛି ।
BSNL ତାଲିକାରେ ଉଭୟ ଶସ୍ତା ଏବଂ ମହଙ୍ଗା ପ୍ଲାନ ଉପଲବ୍ଧ । ଯେହେତୁ ରିଚାର୍ଜ ପ୍ଲାନଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି, ମୋବାଇଲ୍ ୟୁଜର୍ସମାନେ ଏପରି ପ୍ଲାନ ଖୋଜୁଛନ୍ତି ଯେଉଁଥିରେ ସିମ୍ କାର୍ଡ ଅଧିକ ଦିନ ଆକ୍ଟିଭ ରହିପାରିବ ଏବଂ କମ୍ ମୂଲ୍ୟରେ କଲ୍ ମଧ୍ୟ କରାଯାଇପାରିବ । ଉପଭୋକ୍ତାମାନଙ୍କର ଏହି ଆବଶ୍ୟକତାକୁ ଧ୍ୟାନରେ ରଖି BSNL ଏକ ବଢିଆ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଅନ୍ୟ ଟେଲିକମ୍ କମ୍ପାନୀଗୁଡିକ ୩୦୦ ଟଙ୍କା ମୂଲ୍ୟରେ ୨୮ ଦିନ ଭାଲିଡିଟି ଦେଉଥିବାବେଳେ BSNL ନିଜ ୟୁଜର୍ସଙ୍କୁ ୧୦୦ ଟଙ୍କା ମୂଲ୍ୟରେ ୩୦ ଦିନରୁ ଅଧିକ ଭାଲିଡିଟି ଦେଉଛି ।
ତେବେ ଆସନ୍ତୁ BSNL ର ଏହି ରିଚାର୍ଜ ପ୍ଲାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା । ଯଦି ଆପଣ ରିଚାର୍ଜ ପ୍ଲାନରେ ଅଧିକ ଟଙ୍କା ନଷ୍ଟ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ BSNL ର ୧୦୭ ଟଙ୍କା ଶସ୍ତା ପ୍ଲାନକୁ ନେଇପାରିବେ । ଏହି ଶସ୍ତା ପ୍ଲାନରେ, ଆପଣ ନିଜର ସିମ୍ କାର୍ଡକୁ ୩୦ ଦିନରୁ ଅଧିକ ଦିନ ପାଇଁ ଆକ୍ଟିଭ ରଖିପାରିବେ । କେବଳ ଏତିକି ନୁହେଁ, ଏହି ପ୍ଲାନରେ ଆପଣଙ୍କୁ କଲିଂ, ଡାଟା ଏବଂ ଅନ୍ୟାନ୍ୟ ଅନେକ ସୁବିଧା ମିଳିପାରିବ ।
BSNL ର ୧୦୭ ଟଙ୍କା ପ୍ଲାନରେ, ଆପଣ ସମୁଦାୟ ୩୫ ଦିନର ଭାଲିଡିଟି ପାଇବେ । ଏହା ବ୍ୟତୀତ, କଲ୍ କରିବା ପାଇଁ ଆପଣଙ୍କୁ ସମୁଦାୟ ୨୦୦ ମିନିଟ୍ ଫ୍ରି ଦିଆଯାଇଛି । ୨୦୦ ମିନିଟର ଲିମିଟ ଶେଷ ହେବା ପରେ, ଆପଣଙ୍କୁ ଲୋକାଲ୍ କଲ୍ ପାଇଁ ପ୍ରତି ମିନିଟରେ ୧ ଟଙ୍କା ଦେବାକୁ ପଡିବ । ଯଦି ଆପଣ ଯଦି STD କଲିଂ କରନ୍ତି ତେବେ ଆପଣଙ୍କୁ ୧.୩ ମିନିଟ୍ ହାରରେ ଚାର୍ଜ ଦେବାକୁ ପଡିବ ।
BSNL ନିଜ ଗ୍ରାହକମାନଙ୍କୁ ଦୀର୍ଘ ଭାଲିଡିଟି ସହିତ ଅନେକ ପ୍ଲାନ ପ୍ରଦାନ କରେ । ଯଦି ଆପଣ ପୁରା ବର୍ଷ ପାଇଁ ରିଚାର୍ଜ ଅସୁବିଧାରୁ ମୁକ୍ତ ହେବାକୁ ଚାହାଁନ୍ତି, ତେବେ ଆପଣ କମ୍ପାନୀର ୭୭୯ ଟଙ୍କାର ପ୍ଲାନ ନେଇପାରିବେ । ଏହି ପ୍ଲାନରେ ଆପଣ ୩୬୫ ଦିନର ଭାଲିଡିଟି ପାଇବେ । ଏହା ବ୍ୟତୀତ, ଆପଣ ପ୍ରଥମ ୬୦ ଦିନ ପାଇଁ ପ୍ରତିଦିନ ୨GB ଡାଟା ପାଇବେ । ଏହି ପ୍ଲାନ ସେହି ଉପଭୋକ୍ତାମାନଙ୍କ ପାଇଁ ବେଷ୍ଟ ଅପ୍ସନ, ଯେଉଁମାନେ କମ୍ ମୂଲ୍ୟରେ ବର୍ଷସାରା ସେମାନଙ୍କର ସିମ୍ ଆକ୍ଟିଭ ରଖିବାକୁ ଚାହାଁନ୍ତି ।