ଦିଲ୍ଲୀ ପୋଲିସର ଏକ ଟିମ୍ ଉପରେ ଗ୍ରେନେଡ୍ ଆକ୍ରମଣ ଉଦ୍ୟମ, ଧରାପିଡିଲେ ଡଲା ଗ୍ୟାଙ୍ଗର ୨ ଶୁଟର – Sahana Mela

[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଏକ ଟିମ୍ ଉପରେ ଗ୍ରେନେଡ୍ ଆକ୍ରମଣ ଉଦ୍ୟମ। ଧରାପିଡିଲେ ଡଲା ଗ୍ୟାଙ୍ଗର ଦୁଇ ଶୁଟର। ସୂଚନା ଅନୁସାରେ ରାଜଧାନୀରେ ବୁଧବାର ରାତିରେ ଏନ୍କାଉଣ୍ଟର ବେଳେ ପୋଲିସ ଉପରକୁ ଗ୍ରେନେଡ୍ ମାଡ଼ ଉଦ୍ୟମ ହୋଇଥିଲା। ତେବେ ଏହି ଘଟଣାରେ କାନାଡାର ଗ୍ୟାଙ୍ଗ୍ଷ୍ଟର ଆର୍ଶ ଡଲା ସଦସ୍ୟ ଗିରଫ ହୋଇଛନ୍ତି।
ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ଟିମ୍ ଡଲା ଗ୍ୟାଙ୍ଗ୍ର ଦୁଇଜଣ ଶୁଟର୍ଙ୍କୁ ଧରିଥିଲେ। ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯିବା ବେଳେ ଜଣେ ପିସ୍ତଲ ବାହାର କରି ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲେ। ଏନେଇ ସୂଚନା ଦେଇଛନ୍ତି ଜଣେ ପୋଲିସ ଅଧିକାରୀ।
ଏହି ସମୟରେ ଦ୍ୱିତୀୟ ଗ୍ୟାଙ୍ଗଷ୍ଟର ଜଣକ ବ୍ୟାଗ୍ରୁ ଏକ ହ୍ୟାଣ୍ଡ୍ଗ୍ରେନେଡ୍ ବାହାର କରିଥିଲେ। ସେ ଏହାର ସେଫ୍ଟି ପିନ୍ ଟାଣିବା ପୂର୍ବରୁ ପୋଲିସ ତାଙ୍କୁ ଧରିନେଇଥିଲା। ଉଭୟ ଗ୍ୟାଙ୍ଗ୍ଷ୍ଟରଙ୍କଠାରୁ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍, ଗୋଟିଏ ପିସ୍ତଲ ଓ ୫ କ୍ୟାଟ୍ରିଜ୍ ଜବତ ହୋଇଛି।
[ad_2]




