ରାଜ୍ୟ

ବାଣ ଭିଡୁଥିବା ବେଳେ ବିସ୍ଫୋରଣ : ୪ ନାବାଳକ ଗୁରୁତର, ଉଡ଼ିଗଲା ଟିଣ ଛପର

ଲ୍ଲିକୋଟ ,୧୮/୧୦ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଅଘଟଣ ଘଟିଛି। ଗୋଟିଏ ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୪ ଜଣ ନାବାଳକ ଗୁରୁତର ହୋଇଛନ୍ତି। ବିସ୍ଫୋରଣରେ ଘରର ଟିଣ ଉଡିଯାଇଛି। ସମସ୍ତ ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ଆଗକୁ ଦୀପାବଳି ଥିବାରୁ ମାଣିକପୁର ଗ୍ରାମର ଗୋଟିଏ ଘରେ ୪ ଜଣ ନାବାଳକ ବାଣ ତିଆରି କରୁଥିଲେ । ଅସାବଧାନତା ଯୋଗୁଁ ବାଣ ତିଆରି ସମୟରେ ଘର ଭିତରେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଘରର ଟିଣ ଉଡିଯିବା ସହ କାନ୍ଥରୁ ଇଟା ଖସି ପଡିଥିଲା।ବାଣ ତିଆରି କରୁଥିବା ନାବାଳକ ପ୍ରସାଦ ଗୌଡ଼ , ବାଦଲ ଗୌଡ଼ , ବାବୁଲା ଗୌଡ଼ ଓ ସମୀର ଦୁହୁଡି ଗୁରୁତର ଭାବେ ଆହତ ହୋଇ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସମସ୍ତଙ୍କ ବୟସ ୧୬ ବର୍ଷ। ଖଲ୍ଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ତେବେ ବାଣ ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ଏହି ବିସ୍ଫୋରଣରେ ନାବାଳକ ବାଦଲର ଗୋଟିଏ ଗୋଡ଼ ଓ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୁରୁତର ବାଦଲଙ୍କୁ ପରିବାର ଲୋକେ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ନେଇଯାଇଛନ୍ତି। ଗୁରୁତର ଆହତ ହୋଇଥିବା ପ୍ରସାଦ ଗୌଡ଼ର ଗୋଟିଏ ହାତ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ତାର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଛତ୍ରପୁର ଏସଡିପିଓ ଗୌରହରୀ ସାହୁଙ୍କ ସହ ପୁଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button