ରାଜ୍ୟ

ଆଧାର ଅପ୍‌ଡେଟ୍‌ କରିପାରୁନାହାନ୍ତି; ଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ମହିଳା

ଧାର ଅପ୍ଡେଟ୍ କରିପାରୁ ନାହାନ୍ତି। ବାରମ୍ୱାର ଜନସେବା କେନ୍ଦ୍ରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ପରେ କିଛି ଉପାୟ ନପାଇ ଆଜି ମହିଳାମାନେ ପିଲା ଛୁଆଙ୍କୁ ଧରି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ମହିଳାଙ୍କ ଗୁହାରୀ ଶୁଣିଥିଲେ। ମହିଳାଙ୍କ ସମସ୍ୟା ସମାଧାନ ପାଇଁ ବାଂଶପାଳ ବିଡିଓଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ବାଂଶପାଳ ବ୍ଲକ୍ଠାରୁ ୪ରୁ ୫ କିମି ଗଲେ ପଡ଼ିବ ସାପକଣ୍ଟା ଗାଁ। ହେଲେ ଦୁଃଖର ବିଷୟ ଏହି ବ୍ଲକ ସଦର ମହକୁମାରେ ଥିବା ପୋଷ୍ଟ ଅଫିସ୍ରେ ନାହିଁ ଆଧାର ଅପ୍ଡେଟ୍ ବ୍ୟବସ୍ଥା। ତେଣୁ ଗାଁର ଗରିବ ଲୋକମାନେ କିଛି ଉପାୟ ନପାଇ ଜନସେବା କେନ୍ଦ୍ରକୁ ଯାଉଛନ୍ତି। ହେଲେ ସେଠାରେ ମଧ୍ୟ ଆଧାର ଅପ୍ଡେଟ୍ ହୋଇପାରୁନି। ଲୋକମାନେ ବାରମ୍ୱାର ଜନସେବା କେନ୍ଦ୍ରକୁ ଯାଇ ଅଜଥାରେ ଖର୍ଚ୍ଚାନ୍ତ ହେଉଛନ୍ତି, ହେଲେ ଆଧାର ଅପ୍ଡେଟ୍ ପରିପାରୁନାହାନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଛାତ୍ରଛାତ୍ରୀମାନେ। ସେମାନେ ସ୍କୁଲ ଯାଇପାରୁ ନାହାନ୍ତି। ପାଠ ପଢ଼ାରେ ବ୍ୟାଘାତ ଘଟୁଛି। ସେପଟେ ରାସନ୍କରର୍ଡରୁ ନାଁ କଟିଲେ ଚାଉଳ ନମିଳିବା ଭୟ ଘାରିଛି।

ଆଜି ସାପକଣ୍ଟା ଗାଁର ମହିଳାମାନେ ନିଜ ପିଲା ଛୁଆଙ୍କୁ ଧରି ୬୦ କିମି ଦୂର ଜିଲ୍ଲା ସଦର ମହକୁମାକୁ ଯାଇଥିଲେ। ସାଙ୍ଗରେ ଚାଉଳ ନେଇ ଯାଇଥିଲେ। ଯଦି ଫେରିବାରେ ବିଳମ୍ୱ ହେବ, ତାହାହେଲେ ନେଇଥିବା ଚାଉଳରେ ରାନ୍ଧି ଖାଇବେ। ସିଏ ଯାହା ହେଉନା କାହିଁକି ଆଧାର ଅପ୍ଡେଟ୍ ପାଇଁ ଜିଲ୍ଲା ମୁଖ୍ୟ ଡାକଘର ଖୋଲିବା ପୂର୍ବରୁ ସମସ୍ତେ ପହଞ୍ଚି ଯାଇଥିଲେ। ଆଉ ଧାଡ଼ିରେ ଛିଡ଼ା ହୋଇଥିଲେ। ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ଟୋକନ୍ ପାଇଥିଲେ। ହେଲେ ସେହି ଟୋକନ୍ ଆଜି ପାଇଁ ନୁହେଁ, ଆସନ୍ତା ୫ ତାରିଖକୁ। ଅର୍ଥାତ ଆଜି ପରି ଆସନ୍ତା ୫ ତାରିଖରେ ଆଧାର ଅପ୍ଡେଟ୍ ପାଇଁ ମୁଖ୍ୟ ଡାକ ଘରକୁ ଆସିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Back to top button