ଦେଶ- ବିଦେଶ

ରୁଷ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଳୀ: ରୁଷ୍‌ର କାଜାନରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୬ତମ ବ୍ରିକ୍ସ ସମ୍ମିଳନୀ‌ରେ ଯୋଗ‌ ଦେବା ଉଦ୍ଦେଶ୍ୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ରୁଷ୍‌ର ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିବା ସହିତ ଅନ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି।

ବ୍ରିକ୍ସ ମଧ୍ୟରେ ଥିବା ସହଯୋଗକୁ ଭାରତ ସର୍ବଦା ଗୁରୁତ୍ୱ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ‘ ଷ୍ଟ୍ରେନ୍‌ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍‌ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍‌ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ଥିମ ରହିଛି। ଏହାଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରିବେ।

Leave a Reply

Your email address will not be published. Required fields are marked *

Back to top button