ଧନତେରସ୍-ଦିୱାଲୀରେ ନେଇ ଆସନ୍ତୁ ଏହି ସ୍କୁଟି, ଦମଦାର ଫିଚର୍ସ ସହିତ ରହିଛି କମ୍ ଦାମ

ସମଗ୍ର ଦେଶରେ ଫେଷ୍ଟିଭାଲ ସିଜିନ୍ ଚାଲିଛି । ଦିଓ୍ୱାଲୀ-ଧନତେରସରେ ଲୋକମାନେ ନିଜ ଘରକୁ ଖୁସିରେ ସଜାନ୍ତି । ଅନେକ ଲୋକ ପର୍ବ ଅବସରରେ ନିଜ ଘର ପାଇଁ ନୂଆ ଗାଡି କିଣନ୍ତି । ଯଦି ଆପଣ ମଧ୍ୟ ଏହି ଦିଓ୍ୱାଲୀରେ ଏକ ସ୍କୁଟି ଆଣିବାକୁ ଚାହୁଁଛନ୍ତି, ତେବେ ଏଠାରେ ଆପଣଙ୍କୁ ୧ ଲକ୍ଷ ଟଙ୍କା ପ୍ରାଇସର ସ୍କୁଟି ବିଷୟରେ କହିବୁ । ଏହି ଲିଷ୍ଟରେ Honda, Suzuki ଏବଂ TVS ର ମଡେଲ ରହିଛି ।
Honda Activa 6G :ଭାରତୀୟ ବଜାରରେ ସେଲ୍ ହେଇଥିବା ସବୁଠାରୁ ପପୁଲାର୍ ସ୍କୁଟି ମଧ୍ୟରୁ Honda Activa ଅନ୍ୟତମ । ଏହି ସ୍କୁଟିରେ ୪-ଷ୍ଟ୍ରୋକ, SI ଇଞ୍ଜିନ୍ ଅଛି, ଯାହା ୮,୦୦୦rpm ରେ ୫.୭୭kW ର ପାଓ୍ୱାର ଦେଇଥାଏ ଏବଂ ୫,୫୦୦rpm ରେ ୮.୯୦Nm ଟର୍କ ଜେନେରେଟ କରିଥାଏ । ଏହି ସ୍କୁଟିରେ ୫.୩ ଲିଟର ଫ୍ୟୁଏଲ୍ ଭରାଯାଇପାରିବ । ଦିଲ୍ଲୀର ଏହି ସ୍କୁଟିର ଏକ୍ସ ସୋ’ରୁମ୍ ଦାମ୍ ୭୬,୬୮୪ ରୁ ଆରମ୍ଭ ହୋଇ ୮୨,୬୮୪ ଟଙ୍କା ପର୍ଯ୍ୟନ୍ତ ରହିଛି ।
Honda Dio :
Honda Dio ମଧ୍ୟ ଏକ ସ୍ମାର୍ଟ ସ୍କୁଟି । Honda ର ଏହି ସ୍କୁଟିରେ ୪-ଷ୍ଟ୍ରୋକ, SI ଇଞ୍ଜିନ୍ ମଧ୍ୟ ଅଛି । ଯାହା ୮,୦୦୦rpm ରେ ୫.୭୮kWର ପାଓ୍ୱାର ଦେଇଥାଏ ଏବଂ ୫୨୫୦rpmରେ ୯.୦୩ Nm ଟର୍କ ଜେନେରେଟ କରିଥାଏ । ଏହି ୨-ହୁଇଲର୍ ଗାଡିରେ LED ହେଡଲ୍ୟାମ୍ପ ଅଛି । Honda Dio ର ଏକ୍ସ ସୋ’ରୁମ୍ ପ୍ରାଇସ୍ ୭୧,୨୧୨ ରୁ ଆରମ୍ଭ ହୋଇ ୭୮,୧୬୨ ଟଙ୍କା ପର୍ଯ୍ୟନ୍ତ ଅଛି ।
TVS Jupiter :
TVS Jupiter ଦେଶରେ ଅନେକ ଲୋକଙ୍କୁ ପସନ୍ଦ ହୋଇଥାଏ । ଏହି ସ୍କୁଟିର ଏକ୍ସ ସୋ’ରୁମ୍ ପ୍ରାଇସ୍ ୭୩,୭୦୦ ରୁ ଆରମ୍ଭ । ଏହି ସ୍କୁଟିରେ ଭଏସ୍ ଆସିଷ୍ଟେଡ୍ ନାଭିଗେସନ୍ ସିଷ୍ଟମ ରହିଛି । ଏହାର ଡ୍ରମ ଭ୍ୟାରିଆଣ୍ଟ ସବୁଠାରୁ ଶସ୍ତା, ଯାହାର ପ୍ରାଇସ୍ ୭୩,୭୦୦ ଟଙ୍କା ଅଛି । ଡ୍ରମ ଆଲୋଇ ଭ୍ୟାରିଆଣ୍ଟର ପ୍ରାଇସ୍ ହେଉଛି ୭୯,୨୦୦ ଟଙ୍କା । ଅନ୍ୟପଟେ ଡ୍ରମ SXC ର ଏକ୍ସ ସୋ’ରୁମ ଦାମ୍ ୮୩,୨୫୦ ଟଙ୍କା ଏବଂ ଡିସ୍କ SXC ର ଏକ୍ସ ସୋ’ରୁମ ପ୍ରାଇସ୍ ୮୭,୨୫୦ ଟଙ୍କା ଅଛି ।
Suzuki Access 125 :
Suzuki Access 125 ର ତିନୋଟି ଏଡିସନ୍ ରହିଛି । ସେଗୁଡିକ ହେଉଛି, ରାଇଡ୍ କନେକ୍ଟ ଏଡିସନ, ସ୍ପେଶାଲ ଏଡିସନ୍ ଏବଂ ଷ୍ଟାଣ୍ଡାର୍ଡ । ଏହି ତିନୋଟି ମଡେଲ ମାକେର୍ଟରେ ମିଳୁଛି । ରାଇଡ୍ କନେକ୍ଟ ଏଡିସନ ୭ଟି କଲର ଭ୍ୟାରିଆଣ୍ଟରେ ମିଳୁଛି, ସ୍ପେସାଲ ଏଡିସନ୍ରେ ୫ଟି କଲର ରହିବା ସହ ଷ୍ଟାଣ୍ଡାର୍ଡରେ ୪ଟି କଲର ଅପ୍ସନ ରହିଛି । ଏହି ସ୍କୁଟିରେ ୪-ଷ୍ଟ୍ରୋକ, ୧ ସିଲିଣ୍ଡର ଏବଂ ଏୟାର-କୁଲ୍ଡ ଇଞ୍ଜିନ୍ ଅଛି । ଦିଲ୍ଲୀର ଏହି Suzuki ୨-ହୁଇଲର୍ ଗାଡିର ଏକ୍ସ ସୋ’ରୁମ୍ ପ୍ରାଇସ୍ ୮୦,୭୦୦ ଟଙ୍କାରୁ ଆରମ୍ଭ ହୋଇଛି ।