ଦେଶ- ବିଦେଶ

ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘ଟ୍ରାମିଂ’ ନେଲାଣି ୧୫୦ ଜୀବନ; ଏବେ ବି ଅନେକ ନିଖୋଜ

ନୂଆଜିଲ୍ଲୀ: ଫିଲିପାଇନ୍ସର ଉତ୍ତର-ପଶ୍ଚିମମାଞ୍ଚଳର ବାତାଙ୍ଗସ୍ ପ୍ରଦେଶରେ ଆସିଥିବା ସାମୁଦ୍ରିକ ଝଡ଼ ‘ଟ୍ରାମିଂ’ ପ୍ରାୟ ୧୫୦ ଲୋକ ପ୍ରାଣ ହାଇଛନ୍ତି । ସେହିପରି ଶତାଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି । ଯାହା ପଳରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଶୁକ୍ରବାର ବାତାଙ୍ଗସ୍ ପ୍ରଦେଶର ତାଲିସେ ଅଞ୍ଚଳରେ ତାଣ୍ଡବ ରଚିଥିଲା ବାତ୍ୟା ‘ଟ୍ରାମିଂ’ ।

ଏହା ସ୍ଥାନୀୟ ଅଞ୍ଚଳରେ ବନ୍ୟା ବିଭୀଷିକା ରଚିଥିଲା । ପ୍ରବଳ ବର୍ଷା ଏବଂ ଭୂ-ସ୍ଖଳନ ହୋଇଛି । ନଦୀ ଗୁଡ଼ିକରେ ବନ୍ୟା ଜଳାମଗ୍ନ ହୋଇଛି ପୂରା ଅଞ୍ଚଳର । ଏହି ବନ୍ୟା ପ୍ରାୟ ୧୫୦ ଲୋକଙ୍କ ଜୀବନ ନେଇଛି । ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଆହତ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ରହିଛନ୍ତି ।

ଫିଲିପାଇନ୍ସ ରାଷ୍ଟ୍ରପତି ପର୍ଡିନାଣ୍ଡ ମାକୋର୍ସ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଉଦ୍ଧାର ଏବଂ ସହୟତା କାର୍ଯ୍ୟର ତଦାରଖ କରିଛନ୍ତି । ମାକୋର୍ସ ଜୁରୁରୀ ବୈଠକ ଡାକି ବାତ୍ୟା ଏବଂ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଫଲିପାଇନ୍ସ ପ୍ରାୟ ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପୀଡିତଙ୍କ ଥଇଥାନ ପାଇଁ ୬ ହଜାର ୪୦୦ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ୨୦୧୩ରେ ଫିଲିପାଇନ୍ସରେ ଭୟଙ୍କର ‘ହାୟାନ’ ଝଡ ଆସିଥିଲା । ଏଥିରେ ପ୍ରାୟ ୭ ହଜାର ୫୦୦ ଲୋକ ପ୍ରାଣ ହରାଇଥିଲେ ।…

Leave a Reply

Your email address will not be published. Required fields are marked *

Back to top button