ରାଜ୍ୟ

ଭଙ୍ଗା ଘରେ ମାଧୁରୀଙ୍କ ପରିବାର, ଆବାସ ଯୋଜନା କାହାପାଇଁ?

ଘୁ.ଉଦୟଗିରି: ପ୍ରକୃତରେ କନ୍ଧମାଳ ଜିଲ୍ଲାରେ ଗରିବ ଲୋକଙ୍କ କେତେ ବିକାଶ ହୋଇଛି ତାର ନଗ୍ନଚିତ୍ର ଜଳ ଜଳ ହୋଇ ଗାଁରେ ଦେଖିବାକୁ ମିଳୁଛି। ଗରିବଙ୍କ ପାଇଁ ସରକାରୀ ଯୋଜନା ନାମକୁ ମାତ୍ର ସରକାରୀ ଯୋଜନା ଗରିବ ଲୋକ କେବଳ ଲୋକ ପ୍ରତିନିଧିଙ୍କ ପାଇଁ ଭୋଟ ବ୍ୟାଙ୍କ୍ ପାଲଟିଛନ୍ତି। ପ୍ରକୃତ ଗରିବର ଭରସା ପାଲଟିଛି ଜରିପାଲ ଟଣା ଭଙ୍ଗା କୁଡ଼ିଆ ନା ଅଛି ଭଲ ଘର ନା ଅଛି ଶାନ୍ତି।

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତର ମଗଡ଼ିଙ୍ଗିଆ ଗାଁରେ ଏକ ଭଙ୍ଗା ଦଦରା ଜରିପାଲ ଟଣା ଘରେ ମାଧୁରୀ ନାୟକଙ୍କ ପାଞ୍ଚ ଜଣ ସଦସ୍ୟ ଖରା ବର୍ଷାରେ ମୁଣ୍ଡ ଗୁଞ୍ଜି ରହୁଥିବା ଦୃଶ୍ୟ ଦେଖିଲେ ସରକାରଙ୍କ ମାଳ ମାଳ ଗରିବୀ ଯୋଜନା ଫିୟୁଜ ହେଲାଭଳି ମନେ ହେଉଛି।

ଭଙ୍ଗା କୁଡ଼ିଆରେ ବାସ କରି ଆସୁଥିଲେ ମଧ୍ୟ ଭଲ ଘର ଖଣ୍ଡିଏ ତିଆରି କରିବା ପାଇଁ ପରିବାର ପକ୍ଷରୁ ସମ୍ଭବ ନୁହେଁ ବୋଲି ମାଧୁରୀ ନାୟକ କହିଛନ୍ତି | ଦିନ ମଜୁରି ଯାଇ ଯାହାବି ମିଳୁଛି ସେତିକିରେ ପରିବାର ଚଳିବା ବହୁତ କଷ୍ଟକର କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରି ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ସଠିକ୍ ଗରିବ ହିତାଧିକାରୀଙ୍କୁ ମିଳି ପାରିନାହିଁ ଆବାସ ଘର | ଫଳରେ ଆବାସ ଯୋଜନା ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଚାଲିଛନ୍ତି | ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି।

ସରକାର ଗରିବ ହିତାଧିକାରୀଙ୍କ ପାଇଁ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ସଠିକ୍ ହିତାଧିକାରୀଙ୍କ ପାଖକୁ ପହଞ୍ଚିବା ଆଗରୁ ବାଟବଣା ହୋଇ ଯାଉଥିବା ଅଭିଯୋଗ ହୋଇଛି। ମାଧୁରୀଙ୍କ ଘର ଦେଖି ବୁଝି ସ୍ପଷ୍ଟ ବାରି ହୋଇଯାଉଛି।। ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଆକର୍ଷଣ କରିବା ସହ କିଭଳି ତୁରନ୍ତ ଘର ଖଣ୍ଡିଏ ମିଳି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ମାଧୁରୀ ନାୟକ କହିଛନ୍ତି | ଏହି ବିଷୟରେ ନାଏବ ସରପଞ୍ଚ ଏବଂ ୱାର୍ଡ ମେମ୍ବର କହିଛନ୍ତି କିଭଳି ଘର ଖଣ୍ଡିଏ ପାଇ ପାରିବେ ସେଥି ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ |

Leave a Reply

Your email address will not be published. Required fields are marked *

Back to top button