ଦେଶ- ବିଦେଶ

ଟ୍ରକରେ ପିଟିହେଲା କାର୍, ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ,୧୦/୧୧: ପରିବାର ଖୁସିରେ ଘରୁ ବାହାରିଥିଲେ । ପରସ୍ପର ସହ କଥା ହୋଇ ଗାଡିରେ ମଜାମସ୍ତି କରୁଥିଲେ । ହେଲେ କିଏ ଜାଣିଥିଲା ଏହା ସେମାନଙ୍କ ଶେଷ ଯାତ୍ରା ହେବ ବୋଲି । ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଗୋଟିଏ କାରରେ ୩ଜଣ ମହିଳା ୨ଜଣ ପୁରୁଷ ନୋଏଡାରୁ ପରି ଚୌକ ଯାଉଥିଲେ ।

ଏହି ସମୟରେ ରାସ୍ତାରେ ଏକ ଟ୍ରକ ସହ କାରଟି ଧକ୍କା ହୋଇଥିଲା । ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କାରଟି ଭାଙ୍ଗି ଚୁରମାର ହୋଇଛି ।

ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ତେବେ ଦୁର୍ଘଟଣା କିପରି ଓ କେମିତି ହେଲା ତାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *

Back to top button