ଦେଶ- ବିଦେଶ
ଗୋଟିଏ ଦିନରେ ହେବ UPPSC ୨୦୨୪ର ପ୍ରାରମ୍ଭିକ ପରୀକ୍ଷା

ନୂଆଦିଲ୍ଲୀ: ଗୋଟିଏ ଦିନରେ ହେବ PCS ର ପ୍ରାଥମିକ ପରୀକ୍ଷା । ଉତ୍ତରପ୍ରଦେଶ ଜନସେବା ଆୟୋଗ (UPPSC) ଏହି ନିଷ୍ପତ୍ତି ନେଇଛି । ଡିସେମ୍ବରରେ ପ୍ରସ୍ତାବିତ RO / ARO ର ପ୍ରାଥମିକ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଆୟୋଗର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି।
ପ୍ରୟାଗରାଜରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ତଥା ସମନ୍ୱୟ ରକ୍ଷା କରି ଆବଶ୍ୟକ ନିଷ୍ପତ୍ତି ନେବାକୁ UPPSC କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପରେ UPPSC ଏହି ନିଷ୍ପତ୍ତି ନେଇଛି। ବର୍ତ୍ତମାନ PCS ପ୍ରାଥମିକ ପରୀକ୍ଷା ୨୦୨୪କୁ ଗୋଟିଏ ଦିନରେ ଆୟୋଜିତ କରାଯିବ। ଏହା ସହିତ ସ୍ଥଗିତ RO / ARO ପରୀକ୍ଷା -୨୦୨୩ ର ଫର୍ମାଟ୍ ସ୍ଥିର କରିବାକୁ ଏକ କମିଟି ଗଠନ କରାଯାଇଛି । କମିଟି ସମସ୍ତ ଦିଗ ଉପରେ ବିଚାର କରିବ ଏବଂ ଯଥାଶୀଘ୍ର ଏହାର ବିସ୍ତୃତ ରିପୋର୍ଟ ଦାଖଲ କରିବ।