ରାଜ୍ୟ

ମନମୋହୁଛି କମଳା ମାଉସୀଙ୍କ ହାତ ତିଆରି ଘରୋପକରଣ ଜିନିଷ, ଅଦରକାରୀ ଜରିରେ କରୁଛନ୍ତି ପ୍ରସ୍ତୁତ

କଟକ: ବୟସ ୭୫ ବର୍ଷ ଛୁଇଁଲାଣି । କିନ୍ତୁ ଆଜି ବି କାହାର ସାହାରା ଲୋଡ଼ି ନାହାନ୍ତି । ନିଜ ବାହୁ ବଳରେ ତିଆରି କରିଛନ୍ତି ଘର ନିତ୍ୟ ବ୍ୟବହାର୍ଯ୍ୟ ସୁନ୍ଦର ସୁନ୍ଦର ଜିନିଷ । ହଁ ଆଜ୍ଞା ଟିକିଏ ଭଲ କରି ଦେଖନ୍ତୁ ଏ ମାଉସୀ ଜଣଙ୍କୁ ଯାହାଙ୍କ ନାମ ହେଉଛି କମଳା ମହାରଣା । କେନ୍ଦ୍ରାପଡ଼ା ଜିଲ୍ଲା ଖଇରାବାଦ ଗ୍ରାମରୁ ଆସିଥିବା ଏହି ମାଉସୀ ଜଣଙ୍କ ଅଦରକାରୀ ଜରିରେ ତିଆରି କରିଛନ୍ତି ଭଳି କି ଭଳି ଜିନିଷ ସୁନ୍ଦର ସୁନ୍ଦର ଘରଉପକରଣ ଜିନିଷ ।

ସର୍ଫ ଜରି, କ୍ଷୀର ଜରି, ଅଟା ଜରି, କୁରୁକୁରୀ ଜରି ପରି ଅନେକ ଅଦରକାରୀ ଜରିରେ ତିଆରି କରିଛନ୍ତି ଘର ଉପକରଣ ଜିନିଷ ଯଥା ଫୁଲ ଡାଲା, ପା ପୋଛା, ବିଞ୍ଚଣା, ଘର ସଜା ଜିନିଷ ପରି ଅନେକ କିଛି । ୨୦୨୩ ମସିହାରେ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଯାଇଥିଲେ କମଳା ମାଉସୀ ।

ଚଳିତ ବର୍ଷ ବାଲିଯାତ୍ରା ଓରମାସ ନିଜ ଆଡୁ ଫୋନ୍ କରି ମାଉସୀଙ୍କୁ ଏହି ସବୁ ସୁନ୍ଦର ସୁନ୍ଦର ଜିନିଷ ଆଣି ବିକ୍ରି କରିବାକୁ କହିଥିଲେ । ତେବେ ଓରମାସ ଭିତରେ ଥିବା କମଳା ମାଉସୀଙ୍କ ଏହି ଷ୍ଟଲ ଆଗରେ ଲୋକଙ୍କ ନାହିଁ ନଥିବା ଭିଡ ଲାଗି ରହିଛି ।

Leave a Reply

Your email address will not be published. Required fields are marked *

Back to top button