ସ୍ୱାସ୍ଥ୍ୟ
ଆପଣଙ୍କ ମୁଣ୍ଡରୁ ରୁପି ଦୂର କରିବ ଆପଲ୍ ସାଇଡର ଭିନେଗାର, ଜାଣନ୍ତୁ ବ୍ୟବହାର କରିବାର ସଠିକ୍ଉ ଉପାୟ

ମଣିଷ ଶରୀର ସହିତ ଅନେକ ସମୟରେ କିଛି କିଛି ଅସୁବିଧା ଲାଗି ରହିଥାଏ। କେବଳ ନିଜ ସ୍ବାସ୍ଥ୍ୟ ନୁହେଁ ଅନେକ ସମୟରେ ଆପଣଙ୍କ ପାଖରେ କେଶ ଝଡ଼ିବା, ମୁଣ୍ଡରେ ରୁପି ହେବା ପରି ଅନେକ ସମସ୍ୟା ଦେଖା ଯାଇଥାଏ। ଯାହାପାଇଁ କିଛି ଲୋକ ଅନେକ ଜିନିଷ ବ୍ଯବହାର କରନ୍ତି। କିନ୍ତୁ ଆପଣ ରୁପି ସମସ୍ୟା ପାଇଁ ଆପଲ୍ ସାଇଡର୍ ଭିନେଗାର୍ ମଧ୍ୟ ବ୍ୟବହାର କରିପାରିବେ।
କାରଣ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଂକ ରୁପି ସମସ୍ୟା ଦୂର ହୋଇଯିବ। ଆପଲ୍ ସାଇଡର୍ ଭିନେଗାର୍ ବା ACV ରେ ଭିଟାମିନ, ମିନେରାଲ୍ସ ଓ ଆଲ୍ଫା ହାଇଡ୍ରୋକ୍ସ ଏସିଡ ରହିଛି ଯାହା ରୁପି ଦୂର କରିବାରେ ସାହାଯ୍ୟ କରେ। ଦୁଇ କପ୍ ପାଣିରେ ଚାରି ଚାମଚ୍ ଆପଲ୍ ସାଇଡର୍ ଭିନେଗାର୍ ମିଶାଇ ଏହାକୁ କେଶରେ ଲଗାନ୍ତୁ ଓ କିଛି ସମୟ ପରେ ସାମ୍ପୁ ଲଗାଇ ସଫା କରି ଦିଅନ୍ତୁ। ଏହାକୁ ଆପଣ ଗରମ ପାଣିରେ ମଧ୍ୟ ମିଶାଇ ସାମ୍ପୁ ସହିତ ଲଗାଇ ପାରିବେ। କିନ୍ତୁ ଆପଲ୍ ସାଇଡର୍ ଭିନେଗାର୍ ବ୍ୟବହାର କରିବା ପୂର୍ବରୁ ଆପଣ ଏହାକୁ ଭଲ ଭାବେ ସେକ୍ କରିବା ଉଚିତ୍।