ଦେଶ- ବିଦେଶ
ପଶ୍ଚିମ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା – Sahana Mela
[ad_1]
ନୂଆଦିଲ୍ଲୀ: ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ ହୋଇଛି । ହେରାଟ ସହରଠାରୁ ୩୩ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ୟୁଏସଜିଏସ୍ ପକ୍ଷରୁ ସୂଚନା ମିଳିଛି । ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରି ଦୌଡିବାକୁ ଆରମ୍ଭ କରିଥିଲେ ।
ଅକ୍ଟୋବର ୭ ତାରିଖରେ ସମାନ ତୀବ୍ରତାରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ୩୦ ମିନିଟ ଭିତରେ ୩ ଥର ଦୋହଲିଥିଲା ଆଫଗାନିସ୍ତାନ । ଏଥିରେ ୧ ହଜାର ଲୋକ ମୃତ୍ୟୁବରଣ କରିଥିବାବେଳେ, ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ୬ଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବାବେଳେ ୧୨ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିଲେ ।
[ad_2]