ଦେଶ- ବିଦେଶ

ପୁଣି ଆର୍‌ଜି କର ଭଳି ଝଟ୍‌କା: ହସ୍ପିଟାଲ୍‌ କ୍ୱାର୍ଟର୍ସରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ ପଢୁଥିବା ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କ ମୃତଦେହ କମାରହାଟି ଇଏସ୍ଆଇ ହସ୍ପିଟାଲ୍‌ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୀଡ଼ିତା ଆଇଭି ପ୍ରସାଦଙ୍କ ମୃତଦେହ ତାଙ୍କ କୋଠରିରୁ ଉଦ୍ଧାର କରାଯାଇଥିଲା। ପୀଡ଼ିତାଙ୍କ ମା’ ତାଙ୍କୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଶେଷରେ କ୍ବାର୍ଟର୍ସରେ ପହଞ୍ଚିଥିଲେ ଏବଂ କବାଟ ଭାଙ୍ଗି ଘରକୁ ଯିବା ପରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବାରାକପୁର କମିସନରେଟ୍‌ର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ତଦନ୍ତ ଜାରି, ସୁଇସାଇଡ୍‌ ନୋଟ୍‌ ମିଳିନି

ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଲେଜ ଅଫ୍ ମେଡିସିନ୍ ଓ ସଗୋର ଦତ୍ତ ହସ୍ପିଟାଲକୁ ପଠାଯାଇଛି। ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧିକାରୀମାନେ ଆଇଭି ପ୍ରସାଦଙ୍କୁ ଅତ୍ୟନ୍ତ ଶାନ୍ତ ସ୍ବଭାବର ବୋଲି ବର୍ଣ୍ଣନା କରିଛନ୍ତି। ସେ ଅବସାଦଗ୍ରସ୍ତ ହୋଇଥାଇପାରନ୍ତି ବୋଲି କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି। ପୀଡ଼ିତାଙ୍କ ବାପା ମୁମ୍ବାଇରେ ଜଣେ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ଆର୍‌ଜି କର ହସ୍ପିଟାଲ୍‌ କ୍ବାର୍ଟର୍ସରେ ଏମ୍‌ବିବିଏସ୍‌ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି। ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଂଜୟ ରାୟ ଇତିମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସିବିଆଇ ଅଦାଲତ ତାକୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button