ରାଜନୀତି

ନୂଆପଡ଼ା କୋମନା ବ୍ଲକର ବେଲା ପଞ୍ଚାୟତରେ ଉଦଘାଟିତ ହେଲା ବିଜେପି କାର୍ଯ୍ୟାଳୟ

ନୂଆପଡ଼ା:- ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି କୋମନା ବ୍ଲକର ବେଲା ପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ସମୟରେ ଉପସ୍ଥିତ କର୍ମୀ ଓ ଅଞ୍ଚଳବାସୀ ଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପସ୍ଥିତ ବିଜେପି ନେତୃବୃନ୍ଦ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଓ ରାଜ୍ୟର ମୋହନ ଚରଣ ମାଝୀଙ୍କ ସରକାର ର ଉପଲବ୍ଧି କୁ ଅଞ୍ଚଳର ଘରେ ଘରେ ପହଁଚି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଅନୁରୋଧ କରିଥିଲେ ।
ଆଜିର ଏହି ଉଦଘାଟନି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିବ ପ୍ରସାଦ ମୁଣ୍ଡ, ସ୍ଥାନୀୟ ସରପଞ୍ଚ ଶ୍ରୀ ବିମଲ ଯୋଷୀ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ, ସମିତି ସଭ୍ୟା ଶ୍ରୀମତୀ କାଞ୍ଚନ ବାଗ, ପଞ୍ଚାୟତ ପ୍ରମୁଖ ଶ୍ରୀ ପ୍ରବୀଣ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Back to top button